ଏବେବି ଅତୁଟ ରହିଛି କୋହଲିଙ୍କ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କର ଏକ ବିଶ୍ୱରେକର୍ଡ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ହୋଇଛି । ୨୦୧୬ରେ କୋହଲି ସବୁ ଫର୍ମାଟରେ ୬୦୦ରୁ ଅଧିକ ରନ୍ କରିଥିଲେ । ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି । ସେହିବର୍ଷ କୋହଲି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଖେଳିଥିଲେ । ନିଜ ନେତୃତ୍ୱରେ ଆଇପିଏଲ ମଧ୍ୟ ଖେଳିଥିଲେ । କିନ୍ତୁ ଗୋଟିଏ ହେଲେ ବି ଟ୍ରଫି ଜିତିପାରିନଥିଲେ । କିନ୍ତୁ ୨୦୧୬ରେ ସେ ଏଭଳି ପ୍ରଦର୍ଶନ କରିଥିଲେ, ଯାହା ସମଗ୍ର ବିଶ୍ୱ କ୍ରିକେଟ ଜଗତକୁ ବିସ୍ମିତ କରିଥିଲା । ସେହିବର୍ଷ ସେ ଦିନିକିଆ, ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ୬ଶହରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ତା’ପୂର୍ବରୁ କିମ୍ବା ତା’ପରେ କୌଣସି ବ୍ୟାଟ୍ସମ୍ୟାନ୍ ଏଭଳି ରେକର୍ଡ ସ୍ଥାପନ କରିପାରିନାହାନ୍ତି । ଆଇପିଏଲ ମଧ୍ୟ ସେ ଏଭଳି କୃତିତ୍ୱ ହାସଲ କରିଛନ୍ତି । ୨୦୧୬ରେ ସେ ୯୭୩ ରନ କରିଥିଲେ । ଯାହାକି କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଟି-୨୦ରେ ସର୍ବାଧିକ ସ୍କୋର । ବର୍ତ୍ତମାନ ଲକଡାଉନରେ କୋହଲି ନିଜ ଘରେ ରହି ବିଭିନ୍ନ ଘରୋଇ କାର୍ଯ୍ୟରେ ସମୟ ବିତାଉଛନ୍ତି ।

Comments (0)
Add Comment