କେବେ ଓ କେଉଁ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍, ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ। ଏହି ମ୍ୟାଚ୍‌ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ। ତେବେ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍-୨୦୨୫ର ଫାଇନାଲ ମ୍ୟାଚ୍‌ର ତାରିଖ ଓ ଭେନ୍ୟୁ ଘୋଷଣା କରିଛି ଆଇସିସି। ଫାଇନାଲ ମ୍ୟାଚ୍‌ ଇଂଲଣ୍ଡର ଐତିହାସିକ ଗ୍ରାଉଣ୍ଡ ଲର୍ଡସରେ ଖେଳାଯିବ। ଏହି ମ୍ୟାଚ୍‌ ଜୁନ୍‌ ୧୧ରୁ ୧୫ ତାରିଖ ମଧ୍ୟରେ ଖେଳାଯିବ। ତେବେ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଡେ ଭାବେ ରଖାଯାଇଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ଏହା ତୃତୀୟ ଫାଇନାଲ୍ ମ୍ୟାଚ୍ ହେବ। ଏହା ପୂର୍ବରୁ ଦୁଇଟି ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ସାଉଥମ୍ପଟନ (ରୋଜ ବାଉଲ) ଏବଂ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲା। ତେବେ ତୃତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଐତିହାସିକ ଲର୍ଡସ୍‌ରେ ଖେଳାଯିବ ।

ଆଇସିସିର ସିଇଓ ଏ ବାବଦରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍ କ୍ରିକେଟ୍ ଜଗତର ସବୁଠାରୁ ରୋମାଞ୍ଚକର ଇଭେଣ୍ଟ ମଧ୍ୟରୁ ଗୋଟିଏ ହୋଇପାରିଛି। ତେଣୁ ୨୦୨୫ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲର ତାରିଖ ଘୋଷଣା କରି ବହୁତ ଖୁସି ବୋଲି ଆଇସିସି ସିଇଓ କହିଛନ୍ତି। WTCର ପ୍ରଥମ ଫାଇନାଲ୍ ୨୦୨୧ରେ ସାଉଥମ୍ପଟନରେ ଖେଳାଯାଇଥିବାବେଳେ ୨୦୨୩ରେ ଦି ଓଭାଲ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଏପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ୨୦୨୧ ଏବଂ ୨୦୨୩ରେ ଏହି ଟାଇଟଲ୍ ଜିତିଛନ୍ତି । ଉଭୟ ଥର ଫାଇନାଲ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ହାତରୁ ଟିମ୍ ଇଣ୍ଡିଆକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ତେବେ ୨୦୨୩ରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ସେପଟେ ୨୦୨୫ରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍‌ ଫାଇନାଲ କେଉଁ ଦଳ ମଧ୍ୟରେ ଖେଳାଯିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତ ଏବଂ ଅଷ୍ଟ୍ରେଲିଆ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଗାମୀ କିଛି ମାସ ମଧ୍ୟରେ, ସମସ୍ତ ଦଳ ଅନେକ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହାପରେ କେଉଁ ଦଳ ଟାଇଟଲ୍ କ୍ଲାସ୍ ସାମ୍ନାସାମ୍ନି ହେବ ସେନେଇ ଚିତ୍ର ସ୍ପଷ୍ଟ ହେବ ।

Comments (0)
Add Comment