ମହିଳା ଏସିଆନ କପ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ : ଆସନ୍ତା ମହିଳା ଫୁଟବଲ ଏସିଆନ କପ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୨୩ ଜଣଙ୍କୁ ନେଇ ଦଳ ଗଠିତ ହୋଇଛି । ଅଣ୍ଡର-୧୯ ସାଫ ଚାମ୍ପିଅନସିପସରେ ଗତବର୍ଷ ଖେଳିଥିବା ଦଳର ୪ ଜଣ ଯୁବ ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିଛି । ତେବେ କ୍ୟାପଟେନଙ୍କ ନାମ ଘୋଷଣା ହୋଇନି । ଆଶାଲତା ଦେବୀ ନେତୃତ୍ୱ ନେଇପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ଏହି ମେଗା ଇଭେଣ୍ଟ ମହାରାଷ୍ଟ୍ରର ୩ଟି ସ୍ଥାନରେ ଖେଳାଯିବ । ପ୍ରତିଯୋଗିତା ଫେବୃଆରୀ ୬ ତାରିଖରେ ଶେଷ ହେବ । ଏବେ ଖେଳାଳି ଓ ସପୋର୍ଟ ଷ୍ଟାଫ କୋଚିରେ ଅଛନ୍ତି । ଆସନ୍ତା ଗୁରୁବାର ସେମାନେ ମୁମ୍ବାଇ ଅଭିମୁଖେ ବାହାରିବେ । ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅଦିତି ଚୌହାନ,ମାଇବାମ ବେଦୀ,ସୋମିଆ ନାରାୟଣସ୍ୱାମୀ,ଦାଳିମା ଛିବର,ସ୍ୱିଟି ଦେବୀ,ମନୀଷା ପାନ୍ନା,ହେମାମ ଦେବୀ,ସଞ୍ଜୁ ଯାଦବ,ଯୁମନାମ କମଲା ଦେବୀ,ଅଞ୍ଜୁ ତାମାଙ୍ଗ,କାର୍ତ୍ତିକା ଅଙ୍ଗାମୁଥୁ,ଏନ ରତନବାଳା,ନାସରେମ ପ୍ରିୟଙ୍ଗା,ଇନ୍ଦୁମତୀ କାତିରେସାନ,ମନୀଷା କଲ୍ୟାଣ,ଗ୍ରେସ ଦାଙ୍ଗମେଇ,ପ୍ୟାରୀ ଜାକ୍ଷା,ରେଣୁ,ସୁମତୀ କୁମାରୀ,ସଂଧ୍ୟା ରଙ୍ଗନାଥନ ଓ ମାରିଆମାଲ ବାଲାମୁରୁଗାନ ।

Comments (0)
Add Comment