ଡବ୍ଲୁଟିସି ଫାଇନାଲ : ବିଶ୍ୱ ରେକର୍ଡ ଅପେକ୍ଷାରେ ରୋହିତ, କୋହଲି

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ର ଫାଇନାଲ୍‌ ୧୮ ଜୁନ୍‌ରେ ସାଉଥମ୍ପଟନରେ ଖେଳାଯିବ । ଟେଷ୍ଟ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବା ଉଭୟ ଦଳ ପାଇଁ ଏହା ଏକ ଭଲ ସୁଯୋଗ ହେବ । ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଉଭୟ ଦଳ ନିଜର ଦଳ ଘୋଷଣା କରିଛନ୍ତି । ଏପର୍ଯ୍ୟନ୍ତ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫୯ ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି ଯେଉଁଥିରେ ଭାରତ ଦଳ ୨୧ ଟି ମ୍ୟାଚ ଜିତିବାରେ ସଫଳ ହୋଇଛି ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ୧୨ ଟି ମ୍ୟାଚ ଜିତିଛି । ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ୨୬ ଟି ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସମୟରେ ଅନେକ ରୋଚକ ରେକର୍ଡ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଯଦି ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ବିରାଟ କୋହଲି ଏକ ଶତକ ହାସଲ କରିବାରେ ସଫଳ ହୁଅନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲକାରୀ ଅଧିନାୟକ ହେବେ । ଏହା କରି କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ରେକର୍ଡ ଭାଙ୍ଗିପାରିବେ । କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବରେ ୪୧ ଶତକ ହାସଲ କରିଛନ୍ତି । କ୍ୟାପ୍‌ଟେନ୍‌ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ପଣ୍ଟିଂ ମଧ୍ୟ ୪୧ ଶତକ ହାସଲ କରିଛନ୍ତି । ଭାରତର ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରେ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ ସ୍କୋର କରିଛନ୍ତି । କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରାହାରି ୫୧.୫୩ ରେ ୩ଟି ଶତକ ଏବଂ ୩ ଅର୍ଦ୍ଧଶତକ ସହ ୭୭୩ ରନ୍‌ ସଂଗ୍ରହ କରିଛନ୍ତି ।
ସେହିପରି ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଯଦି ରୋହିତ ଶର୍ମା ଏକ ଶତକ ହାସଲ କରିବାରେ ସଫଳ ହୁଅନ୍ତି, ତେବେ ସେ ଅଷ୍ଟ୍ରେଲୀୟ ଓପନର୍‌ ମାଥ୍ୟୁ ହେଡେନଙ୍କ ରେକର୍ଡ ଭାଙ୍ଗିପାରିବେ । ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଏପର୍ଯ୍ୟନ୍ତ ୪୦ ଶତକ ହାସଲ କରିଛନ୍ତି । ହେଡେନ ମଧ୍ୟ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଶତକ ହାସଲ କରିଛନ୍ତି । ଯଦି ହିଟ୍‌ ମ୍ୟାନ୍‌ ଏକ ଶତକୀୟ ଇନିଂସ ଖେଳିବାରେ ସଫଳ ହୁଅନ୍ତି, ତେବେ ଏହା ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ତାଙ୍କର ୪୧ ତମ ଶତକ ହେବ । ଏହା ବ୍ୟତୀତ ରୋହିତ ବିଦେଶୀ ମାଟିରେ ଟେଷ୍ଟରେ ୧୦୦୦ ରନ୍‌ ସ୍କୋର କରିବା ଠାରୁ ମାତ୍ର ୫୫ ରନ୍‌ ଦୂରରେ ଅଛନ୍ତି । ଟେଷ୍ଟ ଚାମ୍ପିଅନସିପ୍‌ ସମୟରେ ରୋହିତ ଏପର୍ଯ୍ୟନ୍ତ ମୋଟ ୧୦୩୦ ରନ୍‌ ସଂଗ୍ରହ କରିଛନ୍ତି । ଟେଷ୍ଟ ଚାମ୍ପିୟନଶିପ୍‌ରେ ସର୍ବାଧିକ ରନ୍‌ ସ୍କୋରର ହେବାର ସୁଯୋଗ ମଧ୍ୟ ରୋହିତଙ୍କ ପାଖରେ ରହିଛି । ବର୍ତ୍ତମାନ ଟେଷ୍ଟ ଚାମ୍ପିୟନଶିପ ସମୟରେ ରାହାନେ ମୋଟ ୧୦୯୫ ରନ୍‌ ସଂଗ୍ରହ କରିଛନ୍ତି । ଉଲ୍ଲେଖଥାଉ କି, ଓପନର୍‌ ଭାବରେ ରୋହିତ ଟେଷ୍ଟ ଚାମ୍ପିଅନସିପରେ ସର୍ବାଧିକ ରନ୍‌ ସ୍କୋରର ରହିଛନ୍ତି ।
ରୋହିତ ଏକମାତ୍ର ଭାରତୀୟ ଖେଳାଳି ହେବେ ଯାହାଙ୍କର ନାମ ୨୦୦୭ ଟି -୨୦ ବିଶ୍ୱକପ ଫାଇନାଲ ଏବଂ ବର୍ତ୍ତମାନ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳିବାର ରେକର୍ଡ ରହିବ ହେବ । ଏହା ବ୍ୟତୀତ ଯଦି ଭାରତୀୟ ଦଳ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଜିତିବାରେ ସଫଳ ହୁଏ, ତେବେ ରୋହିତ ଶର୍ମା ପ୍ରଥମ ଖେଳାଳି ହେବେ ଯାହାଙ୍କର ନାମ ଟି -୨୦ ବିଶ୍ୱକପ (୨୦୦୭) ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ରେକର୍ଡ ରହିବ । ୨୦୧୧ ବିଶ୍ୱକପରେ ରୋହିତ ଶର୍ମା ଭାରତୀୟ ଦଳର ଅଂଶ ନଥିଲେ । ରୋହିତ ଏକ ବିବୃତ୍ତିରେ କହିଛନ୍ତି ଯେ ୨୦୨୩ ମସିହାରେ ଭାରତ ପାଇଁ ବିଶ୍ୱକପ ଜିତିବା ତାଙ୍କର ଏକମାତ୍ର ସ୍ୱପ୍ନ ।

Comments (0)
Add Comment