ରାଜନୀତିରେ ଏଣ୍ଟ୍ରି ମାରିଲେ ରେସଲର ଦି ଗ୍ରେଟ ଖଲ୍ଲି

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଡବ୍ଲୁଡବ୍ଲୁଇରେ ଭାରତର ଗର୍ବ ବଢାଇଥିବା ରେସଲର ଦି ଗ୍ରେଟ୍‌ ଖଲ୍ଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଖଲ୍ଲି ହିମାଚଳର ମୂଳ ବାସିନ୍ଦା । ଗତବର୍ଷ ସେ ସମାଜବାଦି ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ । ସେତେବେଳେ ସେ ସପାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପିରେ ସାମିଲ ହୋଇଛନ୍ତି ।

Comments (0)
Add Comment