ସ୍କୁଲ ଫି’ ହ୍ରାସ କିମ୍ବା ସ୍ଥଗିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଅପ୍ରେଲ୍‌ରୁ ଜୁନ୍ ସ୍କୁଲ ଫି’ (ଦରମା) କମାଇବା କିମ୍ବା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇ ରାଜ୍ୟର ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । କରୋନା ମହାମାରୀର ଭୟାବହତା ସମୟରେ ସହାନୁଭୂତିଶୀଳ ହୋଇ ଏଭଳି ପଦକ୍ଷେପ ନେବାକୁ କୁହାଯାଇଛି ।

Comments (0)
Add Comment