ଅବ୍ୟବସ୍ଥା ଘେରରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର

ବୌଦ୍ଧ : ସ୍ୱଚ୍ଛ ପରିମଳ ଓ ସ୍ୱାସ୍ଥ୍ୟ କର ପରିବେଶ ଥିବା ଚିକିତ୍ସାଳୟ ରେ ରୋଗୀ ଚିକିତ୍ସା ହେଉଥିବା ସ୍ଥଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳିପୁର୍ଣ ପୁରୁଣାକଟକ ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି l ଉକ୍ତ ଚିକିତ୍ସାଳୟ ରେ ହରଭଙ୍ଗା ବ୍ଲକ ର ପ୍ରାୟ 10ଗୋଟି ପଞ୍ଚାୟତ ର ରୋଗୀ ଚିକିତ୍ସାପାଇଁ ନିର୍ଭର କରିଆସୁଛନ୍ତି l କିନ୍ତୁ ଚିକିତ୍ସାଳୟ ର ଅଶ୍ୱାସ୍ଥକର ପରିବେଶ ଭଲ ଲୋକଙ୍କୁ ମଧ୍ୟ ରୋଗୀ କରାଇଦେବାର ବହୁ ସମୟରେ ଅଭିଯୋଗ ହୋଇଆସୁଅଛି l କିନ୍ତୁ କୌଣସି ଉତ୍ତମ ପଦକ୍ଷେପ କି ସମସ୍ୟାର ସମାଧାନ ହେଉନଥିବା ଚର୍ଚ୍ଚାର ବିଷୟ ପାଲଟିଛି l ସ୍ୱାସ୍ଥ୍ୟକେନ୍ଦ୍ର ରେ ଆବଶ୍ୟକତା ମୁତାବକ ବେଡ଼ସିଟ ରୋଗୀଙ୍କୁ ମିଳୁନଥିବା, କେନ୍ଦ୍ର ର ସମ୍ମୁଖରେ ଜାତୀୟ ରାଜପଥ କଡରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହେବା, ସଦା ସର୍ବଦା ବହୁ ମାତ୍ରାରେ ଅଟୋ ଓ ଛୋଟ ଚାରିଚକିଆ ଯାନ ଛିଡା ହୋଇ ରହିବା, ନର୍ଦମା ପରିଷ୍କାର ନ କରିବା ସହିତ ବିଶେଷ କରି ଡାକ୍ତର ଖାନା ରେ ରୋଗୀଙ୍କ ଉଦେଶ୍ୟ ନିର୍ମାଣ ହୋଇଥିବା ପାଇଖାନା ସଦା ସର୍ବଦା ଅପରିଷ୍କାର ରହିଥିବା ନେଇ ଅଭିଯୋଗ ଆସୁଛି l ପାଇଖାନା ଅପରିଷ୍କାର ସହିତ ପାଇଖାନା ଭିତରେ ଡାକ୍ତର ଖାନl ର ବିଭିନ୍ନ ଅଦରକାରୀ ସାମଗ୍ରୀ ଭର୍ତ୍ତି ହୋଇଛି l ଯାହାଫଳରେ ରୋଗୀ କୁ ପାଇଖାନା ଯିବା ପାଇଁ ହିନସ୍ଥା ହେବାକୁ ପଡୁଛି l କିଛିଦିନ ପୂର୍ବରୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଅଚାନକ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସମସ୍ତ ସମସ୍ୟା ଦେଖି ବିଭାଗୀୟ କୁ ଯଥାଶୀଘ୍ର ସମସ୍ୟା ର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ l ନିର୍ଦେଶ ମୁତାବକ ସ୍ୱଚ୍ଛ ଓ ପରିମଳ ବିଭାଗର ଯନ୍ତ୍ରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ ମଧ୍ୟ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ କଣ ଅସ୍ଥାୟୀ ପାଇଖାନା ଟିଏ ବି ହୋଇପାରିନାହିଁ l ଏଭଳି ଅଶ୍ୱାସ୍ତ୍ୟ କର ପରିବେଶ ରେ ରୋଗୀସେବା ବାଧାପ୍ରାପ୍ତ ହେଉଥିବାରୁ ଉପୁଜିଥିବା ସମସ୍ତ ସମସ୍ୟା ର ସମାଧାନ ପାଇଁ ପୁରୁଣାକଟକ ଅଞ୍ଚଳ ବାସି ଦାବି ଆଣିଛନ୍ତି l ଏଣୁ ଜିଲ୍ଲା ପ୍ରଶାସନ ଉକ୍ତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବହୁବିଧ ସମସ୍ୟା ହଇଜା, ଝାଡାବାନ୍ତି ରୋଗ ସଂକ୍ରମଣ ହେବା ପୂର୍ବରୁ ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଉଠୁଛି l

Comments (0)
Add Comment