ଭୁବନେଶ୍ୱର:
ଓଡିଆ କଳାକାର ଜଗତର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ସେ ଏବେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସେ ଅନେକ ଓଡିଶାବାସୀଙ୍କ ହୃଦୟ ଜିଣିଛନ୍ତି । ୩ବର୍ଷ ହେଲାଣି କିଡନୀ ଜନିତ ସମସ୍ୟାରେ ପୀଡିତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା ।