ଭୁବନେଶ୍ୱର : ବ୍ଲାକମେଲର ଅର୍ଚ୍ଚନା ନାଗର ବିରୋଧରେ ଆଜି ମାମଲା କରି ତଦନ୍ତ ଆରମ୍ଭ କଲା ଇଡି । ଅର୍ଚ୍ଚନା ନାଗଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ମାମଲା ରୁଜୁ ହୋଇଛି । ଅର୍ଚ୍ଚନା ନାଗ,ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ,ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ଇଡି ମାମଲା ରୁଜୁ କରିଛି । ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ନୋଟିସ୍ କରିବ ଇଡି । ଏପରିକି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ କରୁଛି ଇଡି । ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ନେତୃତ୍ୱରେ ୫ ଜଣିଆ ତଦନ୍ତକାରୀ ଟିମ୍ ଗଠନ ହୋଇଛି । ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଏବେ ଖୋଳତାଡ଼ କରୁଛି ଇଡି । ଏହା ପରେ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଲୋକଙ୍କୁ ଇଡି ନୋଟିସ୍ କରିବ ଲେଡି । ଅର୍ଚ୍ଚନାଙ୍କ ପାଖରେ ଆଲିସାନ୍ ବଙ୍ଗଳା, ଦାମୀ ଗାଡ଼ି ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କେଉଁଠୁ ଆସିଲା? ତା ଅପରାଧର ନେଟୱର୍କ କେତେ ବ୍ୟାପକ? ତା କଳାଧନ୍ଦା କିଭଳି ଚାଲୁଥିଲା? ସେ ସମ୍ପର୍କରେ ଇଡି ରହସ୍ୟ ଉନ୍ମୋଚନ କରିବା ଆଶା କରାଯାଉଛି । ଅର୍ଚ୍ଚନା ଗିରଫ ହେବା ପରଠୁ, ସେ ଇଡିର ସ୍ମାନରକୁ ଆସିଥିଲା । ଏହି ମାମଲାରେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହୋଇ ଜେଲରେ ଥିବା ବେଳେ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳି ଗିରଫ ହୋଇ ନାହାନ୍ତି ।