ଆଇଏଏସ ସ୍ତରରେ ଅଦଳବଦଳ :
ଉଷା ପାଢୀ ହେଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଆଜ ଛୋଟଧରଣର ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ଡେପୁଟେସନରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଉଷା ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବଭାବେ ନିଯୁକ୍ତି ମିଳିଛି । ଏଥି ସହିତ ଶ୍ରୀମତୀ ପାଢୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ମିଳିଥିବା ବେଳେ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗରେ ପ୍ରମୁଖ ସଚିବ ଭାବେ ମୁତୟନ କରାଯାଇଛି । ସୂଚନାଯୋଗ୍ୟ, ଉଷା ପାଢୀ ୨୦୨୦ ଅଗଷ୍ଟ ମାସରେ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ । ଭାରତବର୍ଷର ସମସ୍ତ ବିମାନବନ୍ଦର ସୁରକ୍ଷା ଓ ପ୍ରୋଟୋକଲ୍‌ ଆଦିର ମୁଖ୍ୟ ଭାବେ ଶ୍ରୀମତୀ ପାଢୀଙ୍କୁ ଅବସ୍ଥାପିତ କରାଯାଇଥିଲା । ବେସାମରିକ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଉଷା ପାଢୀଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ଭାବେ ବେସାମରିକ ସୁରକ୍ଷା ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । କେନ୍ଦ୍ର ଡେପୁଟେସନରେ ଥିଲା ବେଳେ ସେ ନିଜର ଦାୟିତ୍ୱ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Comments (0)
Add Comment