ଆସନ୍ତାକାଲି ଠାରୁ ତୃତୀୟ ମା ଭୈରବୀ ମହୋତ୍ସବ

ହରଭଙ୍ଗା,୧୫/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ମା ଭୈରବୀ ମହୋତ୍ସବ । ଏହି ମହୋତ୍ସବ ନଭେମ୍ବର ମାସ ୧୬ତାରିଖ ଠାରୁ ଆରମ୍ଭ ହୋଇ ୨୧ତାରିଖ ପଯ୍ୟନ୍ତ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଦିନ ବୌଦ୍ଧ ଇଷ୍ଟଦେବୀ ମା ଭୈରବୀଙ୍କ ମନ୍ଦିର ନିକଟରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ମହୋତ୍ସବ ପଡିଆରେ ପହଞ୍ଚିବ । ଚଳିତବର୍ଷ ସରକାରୀ ଷ୍ଟଲ , ସୁସ୍ୱାଦୁ ଖାଦ୍ୟ ଷ୍ଟଲ ,ମିନାବଜାର ,ଓରମାସ ମେଳା ସହ ମିଶନ ଶକ୍ତି ଷ୍ଟଲ ମଧ୍ୟ ଖୋଲିବ । ଅନ୍ୟପଟେ କାଯ୍ୟକ୍ରମରେ ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଓ କନ୍ଧମାଳ ସାଂସଦ ଡ. ଅଚ୍ୟ଼ୁତ ସାମନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି ଚୂଡାନ୍ତ ବୈଠକ ମହୋତ୍ସବ ପଡିଆରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକ ରେ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲା ସୂଚନା ଦେଇଛନ୍ତି । ଏହି ବୈଠକରେ ମହୋତ୍ସବ କମିଟିର ସମସ୍ତ ସଦସ୍ୟଙ୍କ ସହ ବୌଦ୍ଧ ଜିଲ୍ଲାର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ ।

Comments (0)
Add Comment