କଂଗ୍ରେସ ତରଫରୁ ବୌଦ୍ଧରେ ୧୨ଘଣ୍ଟିଆ ବନ୍ଦ

ବୌଦ୍ଧ,୮/୧୨ – କେନ୍ଦ୍ର ସରକାରଙ୍କ ଚାଷୀ, ଶ୍ରମିକ ଓ ଜନବିରୋଧୀ ନୀତି ବିରୋଧରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବରେ ବୌଦ୍ଧ ସହରର ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ପୋଷ୍ଟଅଫିସ ବନ୍ଦ ରହିଥିବାବେଳେ ଏନଏସି ଛକ, ବ୍ରିଜ ଛକ ଠାରେ ଯାନବାହନ ଅଟକି ରହିଥିଲା । ଏ ଭାରତ ବନ୍ଦକୁ କଂଗ୍ରେସ ଦଳ ସମର୍ଥନ କରୁଥିବାରୁ ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା ।

ବନ୍ଦକୁ ସଫଳ କରାଇବା ପାଇଁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ସଂଜୀବ କୁମାର ଦେଓ, କୃଷକ ସେଲ୍‌ ସଭାପତି ରଘୁନାଥ ପଲିଆଙ୍କ ସମେତ ଯୁବ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର ସଭାପତି ବିକ୍ରମ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ବେଣୁଧର ମେହେର, ପୌଲସ୍ତୀ ପ୍ରଧାନ, ତାରିଣୀ ଜେନା, ସମରେଶ ମିଶ୍ର, ଗଣେଶ ଅଗ୍ରୱାଲା, ପ୍ରଦୀପ କୁମାର ଦାସ, ଶିବ ବେହେରା, ଜାମିନୀ ମୁଖି ଆଦି କଂଗ୍ରେସ ନେତୃବୃନ୍ଦ ସାମିଲ୍‌ ହୋଇଥିଲେ । ଏଥିସହିତ କଂଗ୍ରେସ ନେତା ଓ କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ବ୍ରିଜଛକରୁ ବାହାରି ସହର ପରିକ୍ରମା କରିଥିଲେ । ସେହିପରି ଜିଲ୍ଲାର ହରଭଙ୍ଗା, ଚାରିଛକ, ପୁରୁଣା କଟକ, ଜହ୍ନାପଙ୍କ, ବାଉଁଶୁଣୀ, ସାହାଜପାଲ ମନମୁଣ୍ଡା, କଣ୍ଟାମାଳ ଆଦି ଅଂଚଳରେ ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଥିଲା ।

Comments (0)
Add Comment