କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଫୁଲବାଣୀ : ସଦର ମହକୁମା ଫୁଲବାଣୀ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ କନ୍ଧମାଳର ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ଆଲୋଚନା କରାଯାଇଛି। ଫୁଲବାଣୀ ସ୍ଥିତ ସାରତାଗୁଡ଼ା ନିକଟ ପିଲା ସ।ଲୁଙ୍କୀ ନଦୀ କୂଳରେ ଏକ ଜାତୀୟ ସ୍ତରୀୟ ପାର୍କର ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ଆଜି ପରିଷଦର ସଭାପତି  ଦିଲୀପ କୁମାର ସାହାଣୀ ଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ଏଠାରେ ଏକ ବୃହତ୍ ପାର୍କ ସହିତ ପ୍ରାତଃ ଭ୍ରମଣ ବ୍ୟବସ୍ଥା, ସାଲୁଙ୍କି ନଦୀରେ ଚେକଡ୍ୟାମ୍ ନିର୍ମାଣ କରାଯାଇ ବୋଟିଂ  ବ୍ୟବସ୍ଥା, ରୋପୱେ ନିର୍ମାଣ ଓ ଯୋଗ କରିବାକୁ ବ୍ୟବସ୍ଥା କରିବା ପାଇଁ ଏଥିରେ ଉଲ୍ଲେଖ ରହିଛି । କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀ ,ଝରଣା, ଜଳପ୍ରପାତ ,ପାହାଡ ପର୍ବତ ଓ ଜୀବଜନ୍ତୁ ସବୁ ଉପଲବ୍ଧ। ପର୍ଯ୍ୟଟକ ମାନେ ଜିଲ୍ଲାକୁ ଆସିଲେ ଭଲ ଫୁଲ ବଗିଚାଟିଏ ଖୋଜୁଛନ୍ତି। ଏଣୁ ବୃହତ୍ ଗୋଲାପ ଫୁଲ ବଗିଚା ଟିଏ ପ୍ରସ୍ତୁତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହି ପ୍ରତିନିଧି ଦଳରେ ପରିଷଦର ଉପସଭାପତି ଦ୍ବୟ   ସୁବାସ ଚନ୍ଦ୍ର ପ୍ରଧାନ ଓ  ଶୁଭେନ୍ଦୁ ତ୍ରିପାଠୀ, କୋଷାଧ୍ୟକ୍ଷ ବି¾êଚରଣ ପ୍ରଧାନ, କନ୍ଧମାଳ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ଵର ନାୟକ, ଭଗୀରମ୍ ଦିଗାଲ, ନରସିଂହ ବେହେରା, ଦିଲ୍ଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଥିଲେ । ଜିଲ୍ଲା ସହକାରୀ  ସ୍ବାସ୍ଥ୍ୟ ଅଧିକାରୀ ଡଃ ବିଜୟ କୁମାର ପଣ୍ଡା ଏହି ଜାତୀୟସ୍ତରୀୟ ପାର୍କ ନିର୍ମାଣ  ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

Comments (0)
Add Comment