ଘୁ ଉଦୟଗିରି: ରାଇକିଆରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ୍ ଭିଏସ ଏଣ୍ଡ ଭିଏସ (ଓଡି ୦୭ ଡି ୨୦୭୭) ଭାରସାମ୍ୟ ହରାଇ ଅନ୍ଧାରକୋଟ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସକାଳେ ରାଇକିଆରୁ ବାହାରି ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟିରେ ବ୍ରେକ ଫେଲ ହେବା ଯୋଗୁଁ ଡ୍ରାଇଭର ଉପଯୁକ୍ତ ବୁଦ୍ଧି ଖଟେଇ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୧୫ ରୁ ୨୦ ବସିଥିବା ଯାତ୍ରୀ । ସୂଚନା ଅନୁସାରେ ବ୍ରେକ ଫେଲ୍ ହେବା ଯୋଗୁଁ ଡ୍ରାଇଭର ଗାଡିକୁ ଡାହାଣ ଆଡ଼କୁ ଡ୍ରେନ ମଧ୍ୟରେ ପକାଇଥିଲେ ଯେମିତି କି ଲୋକମାନେ ଉଦ୍ଧାର ପାଇବେ । ଯଦି ବାମକୁ ଯାଇଥାନ୍ତା ତେବେ ବହୁତ ବଡ଼ ଦୁର୍ଘଟଣା ଘଟିଥନ୍ତା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଡ୍ରାଇଭର ବାବୁଲା ଜେନା ସୂଚନା ଦେଇଛନ୍ତି ।