ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସହ ପୋଲିସର ମିଳିତ ଚଢ଼ାଉ

ସୁବର୍ଣ୍ଣପୁର : ଜ଼ିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ, ମେଡିକାଲ ଟିମ ଓ ପୋଲିସ ଟିମର ମିଳିତ ଚଢ଼ାଉ ପରେ ସହରର ୨୫ ଗୋଟି ଦୋକାନରୁ ୩୫କେଜି ବାସି ଖାଦ୍ୟକୁ ଫିଙ୍ଗା ଯାଇ ସମୁଦାୟ ୨୯୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଆଗାମୀ ଦିନ ରେ ହୋଟେଲ ରେଷ୍ଟୁରାଣ୍ଟର ପରିଚାଳନାରେ ସୁଧାର ନ ଆସିଲେ ଏଇ ଟିମ ଦ୍ୱାରା ଅଚାନକ ଯାଞ୍ଚ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ କହିଛନ୍ତି । ଏହି ଟିମରେ ଏଡିପି ଏଚଓ (ଡି. ସି )ଡା, ରାମେଶ ଚନ୍ଦ୍ର ସ୍ୱାଇଁ, ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡିଇଓ ଶ୍ରୀମନ୍ତ ଖଣ୍ଡଗିରିଙ୍କ ସମେତ ଜିଲ୍ଲା ସଂଯୋଜକ ଜନ୍ମମୃତ୍ୟୁ ରୁଚିକାନ୍ତ ଭୋଇ, ରାଜୀବ ପଧାନ, ପୋଲିସ ଏଏସଆଇ ବୀଣା ନାଗ, ଓଏପିଏଫ -୦୬ ରୋନାଲଡ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଚଢ଼ାଉରେ ଭାଗ କରିଥିଲା ।

Comments (0)
Add Comment