ଗିରଫ ହେଲେ ସେମିଳିଗୁଡ଼ା ଫରେଷ୍ଟର, ଘରୁ ଜବତ ହୋଇଥିଲା ୧ କେଜିର ସୁନା ଅଳଙ୍କାର

ଭୁବନେଶ୍ୱର: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ନିରଞ୍ଜନଙ୍କ ଘରୁ ୧ କେଜିର ସୁନା ଅଳଙ୍କାର ଠାବ ହୋଇଥିଲା। ୨ ବହୁତଳ କୋଠା ସହ ୭ ବହୁମୂଲ୍ୟ ପ୍ଲଟ ଠାବ ହୋଇଥିଲା।

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଭିଜିଲାନ୍ସ ଠାବ କରିଥିଲା। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା।
ଭୁବନେଶ୍ବର ସମେତ ଜଗତସିଂହପୁର ଓ ସେମିଳିଗୁଡ଼ାରେ ୭ଟି ଦାମୀ ପ୍ଲଟ୍ ରହିଛି। ଫରେଷ୍ଟରଙ୍କର ପ୍ରାୟ କେଜିଏ ସୁନା ଅଳଙ୍କାର ମଧ୍ୟ ଠାବ ହୋଇଥିଲା ବେଳେ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ ହୋଇଛି।

ସୂଚନାଯୋଗ୍ୟ, ଫରେଷ୍ଟର ନିରଞ୍ଜନ ଶତପଥୀ ୧୯୮୮ ମସିହା ଜାନୁଆରୀ ୨୫ ତାରିଖରେ ମାତ୍ର ୬୨୫ ଟଙ୍କା ପ୍ରାରମ୍ଭିକ ମାସିକ ଦରମାରେ କୋରାପୁଟ ବନଖଣ୍ଡରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ।

ଅଭିଯୁକ୍ତଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ଭିଜିଲାନ୍ସ ବୈଷୟିକ ବିଭାଗ ଦ୍ୱାରା କରାଯାଉଛି। ଚଢ଼ାଉ ଜାରି ରହିଥିବା ଏବଂ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସେହିପରି ଗତକାଲି ଭିଜିଲାନ୍ସ ଜାଲରେ ପଡିଥିବା ଜୁନିୟର ଇଞ୍ଜିନିୟର ନିହାର ରଂଜନ ସରକାର ମଧ୍ୟ ଆଜି ଗିରଫ ହୋଇଛନ୍ତି।

Comments (0)
Add Comment