ଡ୍ରେନ ନାହିଁ, ଗାଆଁ ଦାଣ୍ଡରେ ବହୁଛି ନଳକୂପର ଉଦବୃତ ପାଣି

ବୌଦ୍ଧ,୮/୫- ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଞ୍ଚାୟତ ଛେଳି ବାହାଲ୍ ଗ୍ରାମରେ ଥିବା ନଳକୂପ ଗୁଡିକର ଉଦବୃତ ପାଣି ଗାଆଁ ଦାଣ୍ଡରେ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି l ନଳକୂପ ଗୁଡିକରେ ସକପିଟ ନଥିବା କାରଣରୁ ଓ ଗାଆଁ ଦାଣ୍ଡରେ ଡ୍ରେନ ନଥିବା ହେତୁ ଉଦବୃତ ପାଣି ଦାଣ୍ଡରେ ବହୁଛି l ଖାଲ ସ୍ଥାନ ମାନଙ୍କରେ ସେଗୁଡିକ ଜମି ରହି ଆବର୍ଜନା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ନଳକୂପର ଉଦବୃତ ପାଣିକୁ ଭୂତଳ ସକପିଟ ଖୋଳି ରଖା ଯିବାକୁ କିମ୍ବା ଦାଣ୍ଡରେ ଡ୍ରେନ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି |

Comments (0)
Add Comment