ଦୂରଦୃଷ୍ଟି ଅଭାବରୁ ଫେଲ୍‌ ମାରିଛି ବସୁଧା ଯୋଜନା

ଦେବଗଡ ବାରକୋଟ : ସରକାର ଦୁର୍ଗମ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବସୁଧା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମବାସୀଙ୍କ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ଥିଲା। ମାତ୍ର ଦୂରଦୃଷ୍ଟି ଅଭାବରୁ ଏହି ଯୋଜନା ଦେବଗଡ ଜିଲ୍ଲାର ବାରକୋଟ ବ୍ଲକରେ ଫେଲ୍‌ ମାରିଛି। ଗ୍ରାମବାସୀ ପାନୀୟ ଜଳ ପାଇଁ ନଦୀ, ନାଳର ଜଳ ଉପରେ ଭରସା କରୁଛନ୍ତି। ବ୍ଲକର କାଦପଡ଼ା ପଞ୍ଚାୟତରେ ଥିବା ବ୍ରାହ୍ମଣୀଦେଇ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ଚାରି ବର୍ଷ ତଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ବସୁଧା ଯୋଜନାରେ ଏକ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ନିର୍ମିତ ପାଣିଟାଙ୍କି ଠିକ୍‌ ସ୍ଥାନରେ ନିର୍ମାଣ ହୋଇ ନ ଥିବାରୁ ନିର୍ମାଣ ଦିନଠାରୁ ଏଯାଏ ପାଣି ପାଇପାରି ନ ଥିବା ଗ୍ରାମର ବାସି ଯମୁନା ଜାନୀ, କମଳଲୋଚନ ଦିଶାରି କହିଛନ୍ତି। ଝରଣା ପାଣି ଟାଙ୍କିକୁ ଆସିବା ସମସ୍ୟା ଦେଖାଦେବ ବୋଲି ଗ୍ରାମର ସାହିମୁଣ୍ଡରେ ପ୍ରକଳ୍ପ ନିର୍ମାଣ ନ କରିବାକୁ ଆମେ ଗ୍ରାମବାସୀ ଠିକାଦାରଙ୍କୁ ସେତେବେଳେ ଜଣାଇଥିଲୁ। ଠିକାଦାର ଆମ କଥା ନ ଶୁଣି ତାଙ୍କ ଇଚ୍ଛାରେ ସାହି ମୁଣ୍ଡରେ ତାଙ୍କ ମନୋନୀତ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରି ଚାଲି ଯାଇଥିଲେ। ଏହି ବସୁଧା ଯୋଜନାରୁ ଆମେ କିଛି ସୁଫଳ ପାଇଲୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ପାଇଁ ଆମେ ଏବେ ମଧ୍ୟ ଗୁଡ଼ିଆଣି ନାଳ ଏବଂ ପାଣି ଉପରେ ନିର୍ଭର କରିଆସୁଛୁ ବୋଲି ଗ୍ରାମବାସୀ କହିଛନ୍ତି। ନାଳ ଚୁଆ ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗ୍ରାମର ଦେଡୁ ଜାନି, ମଙ୍ଗଳୁ ଦିସାରି, ଲିମ ଜାନି, ଧନେଶ୍ୱର ଦିସାରି ପ୍ରମୁଖ ପ୍ରକାଶ କରିଛନ୍ତି। ବସୁଧା ଯୋଜନାର ଏହି ପ୍ରକଳ୍ପ ସମ୍ପର୍କରେ ଆମେ ଜିଲାପାଳଙ୍କୁ ଜଣାଇବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆରଡବ୍ଲୁଏସ୍‌ଏସ୍‌ର କନିଷ୍ଠ ଯନ୍ତ୍ରୀ ମହାପାତ୍ର ପଚାରିବାରୁ ସେ କହିଲେ, ଝରଣାରେ ପାଣି ଶୁଖି ଯାଇଥିଲା। ଦଶହରା ପରେ ନୂତନ ଭାବେ ବୋରୱେଲ ଖନନ କରାଯାଇ ସେଥିରୁ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ସୂଚନାଯୋଗ୍ୟ, ମହୁପାଳ ଗ୍ରାମରେ ୪୯ ପରିବାର ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ପାଇଁ ଗ୍ରାମରେ ୨ଟି ନଳକୂପ ରହିଥିଲେ ସୁଦ୍ଧା ପାନୀୟ ଜଳ ସମସ୍ୟା ରହିଛି l କନିଷ୍ଟ ଯନ୍ତ୍ରୀ ମହାପାତ୍ର ଓ ଠିକାଦାର ମଧୁଚଚନ୍ଦ୍ରିକାରେ ଗ୍ରାମ ବାସି ବର୍ଷେ ହେଲା କାଗଜ କଲମରେ ପାଣି ପାଉଛନ୍ତି, ବିଦୁତ ବିଲ ଆସୁଛି କିନ୍ତୁ ବାସ୍ତବରେ ଗ୍ରାମ ବାସି ଦିନେ ହେଲେ ପାଣି ପାଇ ନାହାନ୍ତି l

Comments (0)
Add Comment