ନିତି ଅୟୋଗ ବୈଠକ :
ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା
ଦେବାକୁ ଦାବି କଲେ ନବୀନ

ନୂଆଦିଲ୍ଲୀ: ଆଜି ଏଠାରେ ଅନୁଷ୍ଠିତ ହୋିଯାଇଛି ନିତି ଆୟୋଗ ବୈଠକ । ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ନବୀନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡିଶାକୁ ଫୋକସ ଷ୍ଟେଟର ମାନ୍ୟତା,କୃଷି,ସ୍ୱାସ୍ଥ୍ୟ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ପ୍ରତିବର୍ଷ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ । ୨ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶା ଏହି ଦାବି କରି ଆସୁଛି । ହେଲେ କେନ୍ଦ୍ର ପ୍ରତିଶ୍ରୁତି ଦେଇ ଅଣଦେଖା କରୁଛି ବୋଲି ସେ କହିଥିଲେ ।

Comments (0)
Add Comment