ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ

ଭୁବନେଶ୍ୱର:

କେନ୍ଦ୍ର ସଂସ୍କୃତିମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଆଜି ବିଜେଡି ସଂସଦୀୟ ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯାଇ ଏକ ପତ୍ର ଦେଇଛନ୍ତି । ଏହି ପତ୍ରରେ ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ ବୋଲି ବିଜେଡି ସଂସଦୀୟ ଦଳ ଦାବି କରିଛି । ବିଜେଡି ସଂସଦୀୟ ଦଳ ପକ୍ଷରୁ କୁହାଯାଇଛି ଯେ, ୧୮୧୭ ମସିହାରେ ଯେଉଁ ପାଇକ ବିଦ୍ରୋହ ହୋଇଥିଲା ତାହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଗ୍ରହଣ କରାଯାଏ ।

ଏହି ବିଟ୍ରିଶରାଜ ବିରୋଧିରେ ପ୍ରଥମ ଶଶସ୍ତ୍ର ସଙ୍ଗଠତି ସଂଗ୍ରାମ ଏହାର ୪୦ବର୍ଷ ପରେ ୧୮୫୭ର ସଂଗ୍ରାମ ହୋଇଥିଲା । ଅର୍ଥାତ ଏହି ସଂଗ୍ରାମର ୪୦ ବର୍ଷ ପୂର୍ବରୁ ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଥିଲା । ବକ୍ସିଜଗବନ୍ଧୁ ଏହାର ନେତୃତ୍ୱ ନେଇଥିଲେ । ଏହି ପରିପ୍ରେକ୍ଷୀରେ ସାଢେ ୪କୋଟି ଓଡିଆଙ୍କ ଭାବାବେଗ ଓ ଓ ଓଡିଶାର ଅସ୍ମିତାକୁ ସମ୍ମାନ ଦେଇ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ଇତିହାସର ପ୍ରଥମ ବିଦ୍ରୋହ ଭାବେ ମାନ୍ୟତା ଦିଅନ୍ତୁ । ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତାଙ୍କ କ୍ୟାବିନେଟ୍‌ରେ ଏସମ୍ପର୍କିତ ସଂକଳ୍ପ ଆଗତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସମ୍ପର୍କରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି । ରାଜ୍ୟସଭାରେ ୨୦୨୧ ଡିସେମ୍ବରରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ବିଦ୍ରୋହକୁ ପ୍ରଥମ ବିଦ୍ରୋହ ଭାବରେ କେନ୍ଦ୍ର ସରକାର ମାନ୍ୟତା ଦେବାକୁ ପଛଘୁଞ୍ଚା ଦେଇଥିବାରୁ ଏହା ଓଡିଶାବାସୀଙ୍କ ଭାବାବେଗ ଉପରେ କୁଠାରଘାତ କରିଛି । ତେଣୁ ତୁରନ୍ତ ଓଡିଶାର ଅସ୍ମିତା ଓ ଇତିହାସକୁ ଅନୁଶୀଳନ କରାଯାଇ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ।

Comments (0)
Add Comment