ପାଟଣାଗଡ : ପାଟଣାଗଡ଼ ବ୍ଲକର ବିଭିନ୍ନ ବିଭାଗରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରଥମ ପର୍ଯ୍ୟାୟରେ ତାଙ୍କ ପ୍ରତିନିଧି ଭାବରେ ୧୨ ଜଣକୁ ଦାୟିତ୍ୱ ଦେଇଛନ୍ତି । ପାଟଣାଗଡ଼ ବ୍ଲକ ପ୍ରତିନିଧି ଭାବରେ ଶ୍ରୀମତୀ ସନ୍ତୋସିନୀ ବିଶି, ପଞ୍ଚାୟତରାଜ ପ୍ରତିନିଧି ଭାବରେ ମନୋଜ କୁମାର ଲୁହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରତିନିଧି ଭାବରେ ମନବୋଧ ବରିହା,ଏସଟି-ଏସସି କଲ୍ୟାଣ ବିଭାଗ ପ୍ରତିନିଧି ହୃଷିକେଶ ଭୋଇ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରତିନିଧି ଭାବରେ ଘନ ଭୁଏ, କୃଷି ଓ ମୃତ୍ତିକା ସରକ୍ଷଣ ପ୍ରତିନିଧି ଭାବରେ ଲଳିତ ମଲ୍ଲିକ, ଶିକ୍ଷା ବିଭାଗ ପ୍ରତିନିଧି ଭାବରେ ଅଷ୍ଟରତ୍ନ ବରିହା, ଖାଦ୍ୟ ଯୋଗାଣ ବିଭାଗ ଗୌରୀ ଶଙ୍କର ବରିହା, ଉଦ୍ୟାନ ବିଭାଗ ରେ ଚନ୍ଦ୍ରମଣି ବାଗ, ପିଏଚଡିରେ ଚୁଡାମଣି ଧରୁଆ, ପି.ଡବ୍ଲୁ ଡି ଓ ରୁରାଲ ଡେଭଲପମେଣ୍ଟ ଗିରିରାଜ ଭୋଇ, ଆରଡବ୍ଲୁଏସ୍ଏସରେ ଧୁବଲେଶ୍ୱର ଭୋଇଙ୍କୁ ପ୍ରତିନିଧି ଦାୟିତ୍ୱ ଦେଇଛନ୍ତି । ଆଜି ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚାର୍ଜରେ ଥିବା ଏବିଡ଼ିଓ ପ୍ରଭାତ ସାହୁଙ୍କୁ ସମସ୍ତ ପ୍ରତିନିଧିମାନେ ପ୍ରତିନିଧି ପତ୍ର ଦାଖଲ କରିଥିଲେ ଓ ଅନ୍ୟାନ୍ୟ କର୍ଯ୍ୟାଳୟକୁ ମଧ୍ୟ ଯାଇ ପ୍ରତିନିଧି ପତ୍ର ଦାଖଲ କରିଛନ୍ତି ।