ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ | ପୁରୀ ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍‌

ପୁରୀ :

ଜୱାଦ ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ଆକଳନ ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍‌ । ପୁରୀ ଜିଲ୍ଲାରେ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ରୀୟ ଦଳ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ପୁରୀ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନେ ମିଳିତ ଭାବେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ନିମାପଡାର କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ, କାକଟପୁର, କଣାସ,ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, ଗୋପ ଆଦି ଏଗାରଟି ବ୍ଲକର କ୍ଷୟକ୍ଷତି ଅନୁଧ୍ୟାନ କରିବା ର କାର୍ଯ୍ୟକ୍ରମ ରହିଛି ।

ସରକାରୀ ସୂଚନା ଅନୁସାରେ ଜୱାଦ ବାତ୍ୟା ପୂର୍ବରୁ ପ୍ରାୟ ୩୦ହଜାର ହେକ୍ଟର ଜମିରୁ ଫସଲ ଅମଳ ହୋଇ ସୁରକ୍ଷିତ ସ୍ଥାନକୁ ନିଯାଇଥିଲା । ହେଲେ ଏକ ଲକ୍ଷ ହେକ୍ଟର ଚାଷଜମିରୁ ଅମଳ ହୋଇପାରିନଥିଲା । ଏବେବି ଜମିରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି । ଫଳରେ ଧାନଫସଲ ସହ ଅନ୍ୟାନ୍ୟ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିଲା । ଫଳରେ ଚାଷୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଚାଷୀ ମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ସରକାରଙ୍କ କ୍ଷତିପୂରଣକୁ କେବଳ ଅପେକ୍ଷା କରିଛନ୍ତି । କେନ୍ଦ୍ରୀୟ ଟିମ୍‌ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହିତ, ତହସିଲଦାର, ବିଡିଓ ଆଦି ବହୁ ଅଧିକାରୀ ଉପସ୍ଥିତ ଅଛନ୍ତି । ତେବେ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଥିବା କେନ୍ଦ୍ରୀୟ ଟିମ ସଦସ୍ୟ କହିଛନ୍ତି ।

the central team is assessing the damage caused by the storm in puri districtବାତ୍ୟା ଜନିତ କ୍ଷୟକ୍ଷତି ଆକଳନ
Comments (0)
Add Comment