ବୌଦ୍ଧ :ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେ଼ନିଗଡ଼ ଫାଣ୍ଡି ଅନ୍ତର୍ଗତ ଗଣ୍ଡାପାଜୁ ଗ୍ରାମର ଜଣେ ଯୁବକ ସୋମବାର ସନ୍ଧ୍ୟାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ହୋଇଥିବା ଭଳି ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ସୂଚନା ମତେ ଗ୍ରାମର ସେବତୀ ବିନ୍ଧାଣିଙ୍କ ନିଜଘର ଲାଇନ ସମସ୍ୟା ଥିବାରୁ ଉକ୍ତ ଗ୍ରାମର ପତିତପାବନ କହିଁର (୨୫) ଙ୍କୁ ଡାକି ଲାଇନ ସଜାଡିବାକୁ କହିଥିଲେ । ଯୁବକ ଜଣଙ୍କ ବିଦ୍ୟୁତର ଅନାଭିଜ୍ଞ ଥିବା ବେଳେ ପାଖରେ ଥିବା ବିଦ୍ୟୁତ ଖୁଣ୍ଟକୁ ଚଢି ବିଦ୍ୟୁତ ସଜାଡୁ ଥିବା ବେଳେ କୌଣସି ଅସାବଧାନତା ହେତୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଯୁବକ ଜଣଙ୍କ ବିଦ୍ୟୁତ ତାରରେ କିଛି ସମୟ ଲଟକିବା ପରେ ତଳେ ପଡ଼ିଯାଇଥିବା ଜଣାପଡ଼ିଛି । ତୁରନ୍ତ ଗୁରୁତର ଭାବେ ଯୁବକ ଜଣଙ୍କୁ ଆଡେ଼ନିଗଡ ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଘଟଣାକୁ ନେଇ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖା ଯାଇଥିବା ବେଳେ ଆଡେନିଗଡ଼ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।