ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଶିକ୍ଷଣ

ବରଗଡ :

ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମ ପ୍ରସାର ଅଭ୍ୟାସ ବର୍ଗ ବା ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତୀୟ ପ୍ରଶିକ୍ଷଣ ଚଳିତ ମାସ ୩ତାରିଖରୁ ୫ତାରିଖ ଯାଏ ବରଗଡ଼ ଜିଲ୍ଲାର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଛି । ଉଦଘାଟନୀ ଉତ୍ସବରେ ପ୍ରାନ୍ତ ସଭାପତି ସର୍ବେଶ୍ୱର ତ୍ରିପାଠୀ କହିଥିଲେଅବିନାଶୀ ସନାତନ ଧର୍ମ ସୃଷ୍ଟିର ପ୍ରାରମ୍ଭରୁ ମାନବଜାତିକୁ ଶୃଙ୍ଖଳିତ,ସହନଶୀଳ, ଆତ୍ମଦର୍ଶୀ, ସାମ୍ୟ ମୈତ୍ରୀପୂର୍ଣ୍ଣ ଓ ବିଭେଦବିହୀନ ଜୀବନ ପ୍ରଦାନ କରିଆସିଛି । ବିଶ୍ୱ ହିନ୍ଦୁ ପରିଷଦ ର ଅଖିଳ ଭାରତୀୟ ସହମନ୍ତ୍ରୀ ଅଚ୍ୟୁତାନନ୍ଦ କର ମାନବୀୟ ଜୀବନାଦର୍ଶରେ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ଅନୁଗାମୀ ହେବାକୁ ବିଭିନ୍ନ ଉପମାମାନ ପ୍ରଶିକ୍ଷାର୍ଥିଙ୍କୁ ପ୍ରଦାନ କରିଥିଲେ ।

ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ ଅତୀତର ହିନ୍ଦୁ ସମାଜ ଓ ଧର୍ମାନ୍ତରଣ ପରେ ହିନ୍ଦୁ ଇତିହାସର ବିହଙ୍ଗାବଲୋକନ କରିଥିଲେ । ପ୍ରାନ୍ତ ବଜରଙ୍ଗଦଳ ସଂଯୋଜକ ସୁଧୀର ରଞ୍ଜନ ବହିଦାର ଭିନ୍ନ ଭିନ୍ନ ଉପାୟରେ ହେଉଥିବା ଧର୍ମାନ୍ତରଣର ପର୍ଦ୍ଦାଫାଶ କରିଥିଲେ । ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ଦିଲ୍ଲୀପ ମେହେର ବର୍ଗର ସଂଯୋଜନା କରିଥିଲେ ।

ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ନବରଙ୍ଗପୁର ଜିଲ୍ଲାର ପ୍ରହ୍ଲାଦ ଗରୁଡଙ୍କୁ ଜୀବନବ୍ୟାପୀ ସାଧନା ଓ ସମାଜ ସଂସ୍କୃତିର ସୁରକ୍ଷା ସକାଶେ ସମ୍ମାନିତ କରାଯାଇଥିଲା । କୃଷ୍ଣଚନ୍ଦ୍ର ସାହୁ, ଯଶୋବନ୍ତୀ ସାହୁ, ବଳରାମ ଓରାମ, ଅନୀଲ ସନ୍ତୁକା, ଦୁର୍ଯ୍ୟୋଧନ ମାଳୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Provincial training of the world hindu councilବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଶିକ୍ଷଣ
Comments (0)
Add Comment