ବିହାର ସରକାରଙ୍କ ଗୁରୁତ୍ୱ ପ୍‌ୂର୍ଣ୍ଣ ନିଷ୍ପତ୍ତ

ବିହାର ସରକାରଙ୍କ ବଡ ନିଷ୍ପତି ବୁଧବାର ଠାରୁ ଖୋଲିବ ସ୍କୁଲ ଓ କଲେଜ । କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଅନେକ ସ୍ଥାନରେ ଅନଲକ୍‌ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିହାର ଲୋକଙ୍କ ପାଇଁ ଅନଲକ୍‌ ୪ ରେ ଅନେକ କଟକଣା କୋହଳ ହେବାକୁ ଯାଉଛି । ନୀତିଶ ସରକାର ଅନଲକ୍‌ ୪ରେ ସ୍କୁଲ ଓ କଲେଜ ସମେତ ଅନ୍ୟ ସଂସ୍ଥାଗୁଡିକ ଖୋଲିବାକୁ ନିଷ୍ପତି ନେଇଛନ୍ତି ।ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନଲକ୍‌ ୪ ବିଷୟରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଟ୍ୱିଟ୍‌ରେ ଲେଖିଛନ୍ତି ଯେ କରୋନା ସମୀକ୍ଷା ପରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସାମାନ୍ୟ ଭାବେ ଖୋଲିବାକୁ ନିଷ୍ପତି ନିଆଯାଇଛି । ଅଫିସରେ କେବଳ ଟିକା ନେଇଥିବା ଲୋକେ ହିଁ ପ୍ରବେଶ କରିପାରିବେ । ବିହାର ସରକାରଙ୍କ ଗୁରୁତ୍ୱ ପ୍‌ୂର୍ଣ୍ଣ ନିଷ୍ପତ୍ତି କହିଛନ୍ତି ଯେ ଏକାଦଶ ଓ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ସମେତ କଲେଜ , ଟେକନିକାଲ ଇନଷ୍ଟିଚ୍ୟୁଟ୍‌ ,ସରକାରୀ ତାଲିମ ପ୍ରତିଷ୍ଠାନ ଗୁଡିକୁ ୫୦ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।ଏହା ସହ ରେଷ୍ଟୁରେଣ୍ଟ ଓ ହୋଟେଲଗୁଡିକ ଖୋଲିବାକୁ ବିହାର ସରକାର ଅନୁମତି ଦେଇଛନ୍ତି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନଗୁଡିକ ଖୋଲା ରହିବ । ଅନଲକ୍‌ ୪ ସମୟରେ ମଧ୍ୟ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ ।

Comments (0)
Add Comment