ବେଆଇନ୍‌ ଗଞ୍ଜେଇ ଚାଷ | ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା:

ଜୋର୍‌ ଧରିଲା କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଚାଷ। ବାଲିଗୁଡ଼ା ଥାନା ମହାସିଙ୍ଗି ପଞ୍ଚାୟତର ଗୁମାପଦର ଓ ସିଟୁପାଜି ଅଞ୍ଚଳର ୧୪୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ଗୋଟିଏ ପଟେ ମାଓବାଦୀଙ୍କ ଧମକ, ଅନ୍ୟପଟେ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ଜାରି । ଗଞ୍ଜେଇ ଚାଷକୁ ଢାଲ କରି ମାଓ ସଂଗଠନ ନିଜର ପତିଆରା ଜାହିର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ୍‌ ଭାବେ ଗ୍ରହଣ କରି ବିଭାଗ ପକ୍ଷରୁ ବେଆଇନ୍‌ ଗଞ୍ଜେଇ ଚାଷକୁ ମୂଳପୋଛ କରିବା ପାଇଁ ବିଭାଗ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

ବେଆଇନ୍‌ ଗଞ୍ଜେଇ ଚାଷ

ବର୍ତ୍ତମାନ ସୁଦ୍ଧା ବାଲିଗୁଡ଼ା ଥାନା ଅଞ୍ଚଳରୁ ୧୪୧୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଚାଷ ବିଭାଗ ପକ୍ଷରୁ ନଷ୍ଟ କରାଗଲାଣି । ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଯାରି ରହିବ ଏବଂ ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ ଆମର ଏହି ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍‌ ।

ବେଆଇନ୍‌ ଗଞ୍ଜେଇ ଚାଷ
Comments (0)
Add Comment