ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନରେ ଆଜି ନୂଆଗାଁ ବ୍ଳକ୍ର ୩୮୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପ୍ରାଥମିକ ଶିକ୍ଷକ ସଂଘ, କନିଷ୍ଠ ଶିକ୍ଷକ ସଂଘ, କଳା ଓ କ୍ରୀଡ଼ା ଶିକ୍ଷକ ଆଦି ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହିବା ଯୋଗୁଁ ନୂଆଗାଁ ବ୍ଳକର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲୁଛି ଓ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଉକ୍ତ ଆନ୍ଦୋଳନ ଦାବିପୂରଣ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘୀୟ ନେତୃତ୍ୱ ଗଣ ମତ ପ୍ରଦାନ କରିଛନ୍ତି । ଆଜିର ଆନ୍ଦୋଳନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଭକ୍ତ ରଞ୍ଜନ ମିଶ୍ର ଏବଂ ରାଜ୍ୟ ସଂଯୋଜକ ଜ୍ୟୋତି ରଞ୍ଜନ ମିଶ୍ର , ରାଜ୍ୟ ସଂପାଦକ ବିଭୁପ୍ରସାଦ ସାହୁ ଏବଂ ଉମେଶ କୁମାର ସ୍ୱାଇଁ ଜିଲ୍ଲା ସଭାପତି ଯୋଗଦାନ କରି ଉଦ୍ବୋଧନ ପ୍ରଦାନ କରିଥିଲେ ।