ବ୍ୟାଙ୍କ ପାଇଁ ଜୋର୍‌ ଧରିଲା ଆନ୍ଦୋଳନ

ଦଶପଲ୍ଲା :

ଚଢେୟାପଲ୍ଲୀ ଅଂଚଳକୁ ତୁରନ୍ତ ୟୁନିୟନ ବ୍ୟାଙ୍କ ଶାଖା ଫେରାଇ ଆଣିବା ଦାବିରେ ଗତକାଲିଠାରୁ ଚଢେୟାପଲ୍ଲୀ ଅଂଚଳବାସୀ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ଧରି ଚଢେୟାପଲ୍ଲୀଠାରେ କାର୍ଯ୍ୟ କରି ଆସୁଥିବା ବ୍ୟାଙ୍କକୁ କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଇ ବାଣିଗୋଛାକୁ ଉଠାଇ ନେଇଛନ୍ତି । ଯାହା ଫଳରେ ଅଞ୍ଚଳବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଏପଟେ ପୁନର୍ବାର ଚଢେୟାପଲ୍ଲୀକୁ ବ୍ୟାଙ୍କ୍‌ ଫେରି ଆସିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ମାତ୍ର ବାଣିଗୋଛାରୁ ବ୍ୟାଙ୍କକୁ ଗତ ଦୁଇଦିନ ତଳେ ଉଠାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବାଣୀଗୋଛା ଅଂଚଳବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଏପଟେ ଚଢେୟାପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚଢେୟାପଲ୍ଲୀ ସମେତ କଳସାଖମଣ, ଦୁଡ଼ା ଏବଂ ନୂଆଗାଁ ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ଆଜିଠାରୁ ଧାରଣା ଆରମ୍ଭ ହୋଇଛି । ଯେଉଁ ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟକ୍ଷମ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି ।

The agitation for the bank has intensified
Comments (0)
Add Comment