ଭୋଟ୍‌ ଗଣତି ପୂର୍ବରୁ ପୋଲିସ୍‌, ବିଏସଏଫ ଓ ଆଇଆରବି ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ

ବୌଦ୍ଧ,୩/୬:- ବୌଦ୍ଧ ପୋଲିସ, ବିଏସଏଫ ଓ ଆଇଆରବି ପକ୍ଷରୁ ବୌଦ୍ଧ ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ଭୋଟ୍‌ ଗଣତି ହେବାକୁ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଓ ପୋଲିସର ଉପସ୍ଥିତି ଜାହିର ପାଇଁଁ ଫ୍ଲାଗ୍‌ ମାର୍ଚ୍ଚ କରା ଯାଇଥିବା ସୂଚନା ମିଳିଛି । ଫ୍ଲାଗ୍‌ ମାର୍ଚ୍ଚ ବୌଦ୍ଧ ସହରର ରାମନାଥ ମନ୍ଦିର ଠାରୁ ବାହାରି ସହରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ପରିକ୍ରମା କରିଥିଲା । ଫ୍ଲାଗ୍‌ ମାର୍ଚ୍ଚ ଆରକ୍ଷୀ ଅଧୀକ୍ଷକ ରାଜ୍‌ ପ୍ରସାଦଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ଆଇଆଇସି ରଞ୍ଜିତ କୁମାର ମୁନୀ, ରିଜର୍ଭ ଇନ୍ସପେକ୍ଟର କୁଳମଣି ଗିରିଙ୍କ ସମେତ ଆଇଆରବି ଓ ସିଆରପିଏଫ ଯବାନମାନେ ସାମିଲ୍‌ ହୋଇଥିଲେ ।

Comments (0)
Add Comment