ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜୋରଦାର ହେବ । ଅବୈଧ ନିଶା କାରବାର ରୋକିବା ପାଇଁ ପଦକ୍ଷେପ ନିଆଯିବ, ରେଡ୍ ବେଳେ ଏନଫୋର୍ସମେଣ୍ଟ ଟିମ୍ ବଡି କ୍ୟାମେରା ପିନ୍ଧିବେ । ଏହାଦ୍ୱାରା କୋର୍ଟରେ ଭିଡିଓ ପ୍ରମାଣ ଦେଇପାରିବେ ତଦନ୍ତକାରୀ ଅଫିସର୍ । ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ଆଉ ଖସି ପାରିବେନି ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି । ଅବକାରୀ କର୍ମଚାରୀ ଓ ଅଫିସରଙ୍କୁ ସଶସ୍ତ୍ର ବାହିନୀ କରିବାକୁ ପ୍ରକ୍ରିୟା ଚାଲିଛି ।