ଫୁଲବାଣୀ :
ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ଦୁଇଦିନିଆ କନ୍ଧମାଳ ଗ୍ରସ୍ତ । ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ କାଳରେ ପ୍ରଥମ ଦିନରେ ଅଭିଯୋଗ ଶୁଣାଣିରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ତାହାର ପ୍ରତିକାର ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଆଜି ଫୁଲବାଣୀର ସ୍ଥାନୀୟ ଜିଲ୍ଲା ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ ୨୦୧୬ ଓ ଏମାନଙ୍କ ପାଇଁ ରହିଥିବା ଭିନ୍ନକ୍ଷମ ଯୋଜନା ସମ୍ପର୍କରେ ସଚେତନତା ବୈଠକରେ ଯୋଗ ଦେବା ଶହ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ଯୋଜନା କିପରି ତାଙ୍କ ପାଖରେ କିପରି ପହଁଚିପାରିବା ସେନେଇ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ କିଛି ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ ଚେୟାର ବଣ୍ଟନ କରିଥିଲେ । ଏହି ସଚେତନତା ଶିବିରରେ ଜିଲାପାଳ ଡ଼ଃ.ବୃନ୍ଦା ଡି, ଉପଜିଲାପାଳ ଶେଷଦେବ ରଥ ଏବଂ ବିଭିନ୍ନ ବ୍ଲକର ଅଧିକାରୀମାନେ ଯୋଗ ଦେଇଥିଲେ ।