ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ

ବୌଦ୍ଧ : ଓଡିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ସେହିପରି ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ନିଯୁକ୍ତି ମିଳିଛି । ଏହି ନିଯୁକ୍ତି ମିଳିବା ପରେ ସେମାନଙ୍କୁ ବିଜେପିର ବହୁ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଜିଠୁ ବିଧାନସଭାର ୨୭ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାରୁ ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments (0)
Add Comment