ସାଇବର ଠକେଇର ପର୍ଦ୍ଦାଫାସ କଲା ବୋଡେନ ପୁଲିସ, ଜଣେ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ ପୋଲିସକୁ ମିଳିଛି ବଡ ସଫଳତା । ସାଇବର ଠକେଇର ପର୍ଦ୍ଦାଫାସ କରିଛି ପୁଲିସ । ଜଣେ ବ୍ୟକ୍ତି ଆମାଜନ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରି ଆମାଜନ ଗିଫ୍ଟ କାର୍ଡ କ୍ରୟ କରିଥିଲେ । ଏହାପରେ ବ୍ୟକ୍ତିଜଣ ସାଇବର ଠକେଇର ଶିକାର ହୋଇଥିଲେ । ଘଟଣାରୁ ପ୍ରକାଶ ଯେ ସିନାପାଲି ବ୍ଲକ୍ ବରଗାଁ ଗ୍ରାମ ନିବାସୀ ଭାବେଶ ମେହେର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ୬ ତାରିଖ ଦିନ ଏକ ମେସେଜ ଆସିଥିଲା । ମେସେଜ ପରେ ୭ ତାରିଖ ଦିନ ତାଙ୍କ ପାଖକୁ ଏକ ଲିଙ୍କ ମେସେଜ ଆସିଥିବା ଦେଖି ସେ ତାକୁ କ୍ଲିକ କରିଥିଲେ । ଫଳରେ ୭ ଡିସେମ୍ବର ଏବଂ ୮ ଡିସେମ୍ବର ଦୁଇ ଦିନ ମଧ୍ୟରେ ତାଙ୍କ ବ୍ୟାଙ୍କ୍ ପାସ ବହି ରୁ ୧ ଲକ୍ଷ ୭୧ ହଜାର ଟଙ୍କା ଉଠାଣ ହୋଇଅଛି । ଏହି ଘଟଣା ନେଇ ଗତ ୧୩ ତାରିଖ ଦିନ ବୋଡେନ ପୋଲିସ କୁ ଲିଖିତ ଜଣାଇଥିଲେ । ଏହି ଘଟଣା ନେଇ ପୋଲିସ ଖୋଳତାଡ କରିଥିଲେ । ତାଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଦୁଇ ଥର ଆମାଜନ୍ ଆକାଉଣ୍ଟ୍ କୁ ଯାଇଥିଲା । ସେଠାରୁ ସେ ଗିଫ୍ଟ କାର୍ଡ କ୍ରୟ କରିଥିଲେ । ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ପୋଲିସ ଏସପି ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଦିଗରେ ସମସ୍ତେ ସଜାଗ ରହିବାକୁ ଏସପି ଅନୁରୋଧ କରିଛନ୍ତି ।

Comments (0)
Add Comment