ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଣ୍ଡାରୀ କତାମଗୁଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ବିସ୍ପୋରଣ ରେ ଜଣେ ସାଧାରଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ଆହତ ଗ୍ରାମବାସୀ ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚେରଲା ଥାନା ପେଟା ଚେରଲା ଗ୍ରାମର ଅଧିବାସୀ କୌଣସି କାମରେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵ ଏକ ଗଛରେ ମାଓ ପୋଷ୍ଟେର ଲାଗିଥିବାର ଦେଖିଥିଲେ , ପୋଷ୍ଟେର ରେ କଣ ଲେଖାଯାଇଛି ତାହା ଜାଣିବା ଲାଗି ଗଛ ପାଖକୁ ଯିବା ସମୟରେ ଏକ ପ୍ରେସର ବୋମା ବିସ୍ପୋରଣ ହୋଇଛି । ଯବାନ ଙ୍କୁ ଟାର୍ଗେଟ କରି ଲାଲ ବାହିନୀ ସେଠାରେ ଲ୍ୟାଣ୍ଡମାଇନ୍ସ ଲଗାଇଥିବା ଜଣା ପଡ଼ିଛି । ପୂର୍ବରୁ ସୀମାନ୍ତ ଛତିଶଗଡ଼ ରେ ମଧ୍ୟ ଲ୍ୟାଣ୍ଡମାଇନ୍ସ ବିସ୍ପୋରଣ ରେ 2 ନିରୀହ ଗ୍ରାମବାସୀ ନ୍କ ମୃତ୍ୟୁ ହୋଇଥିବା ସହ 9 ଜଣ ଗୁରୁତର ଆହତ ହୋଇଥିଲେ ।