ସ୍ୱାସ୍ଥ୍ୟ ବୀମା ପ୍ରଦାନ | ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ପାଇଁ ଦାବି

ସୁବର୍ଣ୍ଣପୁର :

ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଉପ ସଭାପତି ତଥା ଜିଲ୍ଲା ସଂପାଦକ ଶିତାଂଶୁ ମିଶ୍ର ଓ ସଭାପତି ନୀଳମାଧବ ଗୁରୁଙ୍କ ନେତୃତ୍ୱରେ ଅବସରପ୍ରାପ୍ତ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ଼୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସାଢେ ତିନି କୋଟି ଲୋକଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ କରୁଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେପଟେ ସ୍ୱଳ୍ପ ପେନସନ ଭୋଗୀ ଅବସରପ୍ରାପ୍ତ କର୍ମଚାରୀମାନେ ନିଜର ସିଂହ ଭାଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରି ଦେଉଥିବା ବେଳେ ଏମାନେ ସବୁବେଳେ ଆର୍ଥିକ ଚାପରେ ଗତି କରୁଛନ୍ତି ।

ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ଏମାନଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ବହୁ ସଂଖ୍ୟାରେ ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଗୁଣନିଧି ପାତ୍ର, ରାଜ କୁମାର ସାହୁ, ନୀଳମଣି ନନ୍ଦ, ନୀଳମାଧବ ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ଘାସିରାମ ମିଶ୍ର, ଚନ୍ଦ୍ର ଶେଖର ମେହେର, ବାସୁଦେବ ପୁରୋହିତ, ମଙ୍ଗୁଲୁ ମେହେର, ନବଘନ ସାଣ୍ଢ, ଉମେଶ ପଣ୍ଡା, ନିତ୍ୟା ନନ୍ଦ ମାହାଣା, ନାରାୟଣ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ସ୍ୱାସ୍ଥ୍ୟ ବୀମା ପ୍ରଦାନ
Comments (0)
Add Comment