ସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ ପାଳିତ

ସୁବର୍ଣ୍ଣପୁର :

ଆଜି ପୋଲିସ ତରଫରୁ ସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇଅଛି। ଏହି ଅବସରରେ ରିଜର୍ଭ ପୋଲିସ୍‌ ପଡିଆରେ ଅତିଥି ଭାବରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ , ସିଡିଏମଓ ଦିଲୀପ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମିଳିତ ପ୍ୟାରେଡରେ ଅଭିବାଦନ ରଖିବା ସହିତ ହୋମଗାର୍ଡ ବାହିନୀ ଦେଶ ଓ ଜାତି କର୍ତ୍ତବ୍ୟ ସକାଶେ ଉସର୍ଗିକୃତ ମନୋଭାବକୁ ପ୍ରଶଂସା କରିଥିଲେ ।

ଜିଲ୍ଲାର ଗୃହରକ୍ଷୀ ବିଭାଗରେ ଉକୃଷ୍ଟ ଅବଦାନ ହେତୁ ହୋମଗାର୍ଡ ମୁକେଶ ପଣ୍ଡା, ବାବୁଲାଲ ତ୍ରିପାଠୀ, ଦାଶରଥି ସିନ୍ଦୁରିଆ, ଦିଲୀପ ଦେହୁରୀ ଓ ହୋମଗାର୍ଡ ଦାୟିତ୍ୱରେ ଥିବା ହାବିଲଦାର ମସ୍ତରାମ ସାହୁ, ହାବିଲଦାର ହେମନ୍ତ ସାହୁଙ୍କୁ ମାନପତ୍ର ସହିତ ଅର୍ଥରାଶିରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜଗ ଜୀବନ ପଟେଲ, ହେମନ୍ତ ପାଢ଼ୀ, ହୋମଗାର୍ଡ ଆରକ୍ଷୀ ନିରୀକ୍ଷକ ବିଶ୍ୱନାଥ ଜେନା, ରିଜର୍ଭ ପୋଲିସ୍‌ ନିରୀକ୍ଷକ ଅମରେନ୍ଦ୍ର ପାଣିଗ୍ରାହୀ, ଡିଏସପି ହେମ ସାଗର ନନ୍ଦ, ବିମଳ ବାରିକ, ଅନ୍ନପୂର୍ଣ୍ଣା ବେହେରା, କୁମାରୀ ଜିଶା, ଡୋଳାମଣି ଭୋଇ, ପୁଷ୍ପାଞ୍ଜଳି ନିଙ୍ଗି, ପଷ୍ପେନ୍ଦୁ ସାଗର, ସତ୍ୟଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଜିଲ୍ଲାର ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଏଥିରେ ଜିଲ୍ଲାର କାର୍ଯ୍ୟରତ ହୋମଗାର୍ଡ, ଏନସିସି ଛାତ୍ର ଓ ସମାଜସେବୀ ଭାଗ ନେଇଥିଲେ । ଏଥିରେ ସମୁଦାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ ଭଣ୍ଡାର ଅଧିକାରୀ ଡା. ଦୁର୍ଗା ଦତ୍ତ ଦାଶ, ସୁବାସ ପଣ୍ଡା, ଜଗତ ଦରୁଆନ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହାୟତା କରିଥିଲେ ।

୫୯ତମ ଗୃହରକ୍ଷୀ ଦିବସ୫୯ତମ ଗୃହରକ୍ଷୀ ଦିବସ ପାଳିତHiranchal newsSubarnapur celebrates its 59th home guard dayସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ
Comments (0)
Add Comment