ବୌଦ୍ଧ,୬/୧୦- ଜଣେ ନାବାଳିକା ସହ ସମଲିଙ୍ଗୀ ସମ୍ପର୍କ ରଖିଥିବା ଅଭିଯୋଗରେ ପୁରୁଣାକଟକ ଅଂଚଳର ଜଣେ ଯୁବତୀଙ୍କୁ କନ୍ଧମାଳ ଜିଲ୍ଲା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଳି ରୋଚକ ଖବର ମିଳିଛି l ବୌଦ୍ଧ ଜିଲ୍ଲାରେ ଏ ଭଳି ଘଟଣା ନୂଆ ହୋଇଥିବା ହେତୁ ଆଲୋଚନାର ଖୋରାକ୍ ଯୋଗାଇଛି l ମିଳିଥିବା ସୂଚନା ଅନୁଯାୟୀ ପୁରୁଣାକଟକ ଥାନା ଅଂଚଳର ଜଣେ ଯୁବତୀ ନିଜ ଅଂଚଳର ଗୋଟିଏ ନାବାଳିକା ସହ ସମଲିଙ୍ଗୀ ସମ୍ପର୍କ ରେ ଥିଲେ l ନାବାଳିକାର ପରିବାର ଏ କଥା ଜାଣିବା ପରେ ତାକୁ ନେଇ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ ରହୁଥିବା ମାଉସୀ ଘରେ ନାବାଳିକାଙ୍କୁ ଛାଡି ଆସିଥିଲେ l ହେଲେ ଖବର ପାଇ ଯୁବତୀ ଜଣଙ୍କ ଖଜୁରୀପଡା ଅଞ୍ଚଳକୁ ନାବାଳିକାର ମାଉସୀ ଘରକୁ ଯାଇ କୌଶଳ କ୍ରମେ ତାକୁ ସେଠାରୁ ଅପହରଣ କରି ନେଇଥିଲେ | ପରିବାର ଲୋକ ଏ ଘଟଣା ଜାଣିବା ପରେ ଯୁବତୀଙ୍କ ନାମରେ ଖଜୁରୀପଡା ଥାନାରେ ଏକ ଅପହରଣ ମାମଲା ରୁଜୁ କରିଥିଲେ | ଖଜୁରୀପଡା ଥାନା ପୋଲିସ୍ ଏ ମାମଲାରେ ତଦନ୍ତ କରି ଗତ ରବିବାର ଦିନ କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ ନାବାଳିକାକୁ ଉଦ୍ଧାର କରିବା ସହ ଯୁବତୀଙ୍କୁ ଗିରଫ କରିଥିଲା l ଗତକାଲି ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l
ବୌଦ୍ଧ ଜିଲ୍ଲାରେ ଏଭଳି ଘଟଣା ପ୍ରଥମଥର ପାଇଁ ଲୋକ ଲୋଚନକୁ ଆସିଥିବା ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛି l