ପୁଣି କମିଲା ସଂକ୍ରମଣ, ଆଜି ଆପଣଙ୍କ ଜିଲ୍ଲାରୁ କେତେ ଚିହ୍ନଟ ହେଲେ ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୩୫୦୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୨୩୭ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୨୦ଜଣ, ବରଗଡ଼ ଜିଲ୍ଲାରୁ ୩୧ଜଣ, ଭଦ୍ରକ ଜିଲ୍ଲାରୁ ୧୩୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୧୮ଜଣ, କଟକ ଜିଲ୍ଲାରୁ ୩୮୨ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨ଜଣ, ଗଜପତି ଜିଲ୍ଲାରୁ ୧୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୮ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୧ଜଣ, ଯାଜପୁର ଜିଲ୍ଲାରୁ ୨୯୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୪ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ଜଣ, କନ୍ଧମାଳ ଜିଲ୍ଲାରୁ ୩୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୧ଜଣ, କେନ୍ଦୁଝର ଜିଲ୍ଲାରୁ ୭୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୦୧ଜଣ, କୋରାପୁଟ ଜିଲ୍ଲାରୁ ୫୪ଜଣ, ମାଲକାନଗିରି ଜିଲ୍ଲାରୁ ୪୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୦ଜଣ, ନୟାଗଡ଼ ଜିଲ୍ଲାରୁ ୧୪୦ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୬୧ଜଣ, ରାୟଗଡ଼ା ଜିଲ୍ଲାରୁ ୫୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ଜଣ, ସୋନପୁର ଜିଲ୍ଲାରୁ ୧୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୧ଜଣ, ଷ୍ଟେଟ ପୁଲ୍‌ରୁ ୬୫ଜଣ ରହିଛନ୍ତି ।

Comments (0)
Add Comment