୧୦୦ ବଦଳରେ ଏବେ ଡାଏଲ୍‌ କରନ୍ତୁ ୧୧୨, ମିଳିବ ଜରୁରୀକାଳୀନ ପୋଲିସ ସେବା

ଭୁବନେଶ୍ବର : ୧୦୦ ବଦଳରେ ଏବେ ଡାଏଲ୍‌ କରନ୍ତୁ ୧୧୨ । ଜରୁରୀକାଳୀନ ପୋଲିସ ସେବା ମିଳିବ । ୧୧୨ରେ ମିଶ୍ରଣ ହୋଇଛି ୧୦୦ । ଜରୁରୀକାଳୀନ ପୋଲିସ ସେବା ପାଇଁ ୧୦୦ ବଦଳରେ ଏବେ ଡାଏଲ୍‌ କରିବାକୁ ପଡିବ ୧୧୨ । ପୂର୍ବରୁ ୧୦୦କୁ ଡାଏଲ କଲେ ପୋଲିସ ସେବା ମିଳିପାରୁଥିଲା । ମାତ୍ର ଏବେ ୧୧୨ରେ ମିଳିବ ଜରୁରୀକାଳୀନ ସେବ । ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ସେପଟେ ଭୁବନେଶ୍ବରରେ ଷ୍ଟ୍ରିଟ୍ କ୍ରାଇମ୍ ହ୍ରାସ ପାଇଁ କମିଶନରେଟ୍ ପୋଲିସ ପଦକ୍ଷେପ ନେଇଛି । ହୋଟେଲ୍ ଓ ଲଜ୍ ମାଲିକଙ୍କ ପାଇଁ ଲଞ୍ଚ୍ ହୋଇଛି ‘ସରାଇ’ ଆପ୍ । ‘ସରାଇ’ ଆପ୍ ରେ ପ୍ରତିଦିନ ଆଗନ୍ତୁକଙ୍କ ତଥ୍ୟ ଓ ବିବରଣୀ ଦେବାକୁ ନିର୍ଦ୍ଦେଶ ରହିଛି । ହୋଟେଲକୁ ଆସୁଥିବା ପ୍ରତ୍ୟେକ ଗ୍ରାହକଙ୍କ ବିବରଣୀ ଏହି ଆପ୍ ରେ ପଞ୍ଜୀକୃତ ହେବ । ଆଧାରକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟ ପତ୍ର ଏହି ଆପ୍ ରେ ଅପଲୋଡ୍ କରିବେ ହୋଟେଲ କର୍ମଚାରୀ । ଯାହାଦ୍ବାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Comments (0)
Add Comment