୪୩ଦିନ ପରେ ବୌଦ୍ଧରୁ ନିଜ ରାଜ୍ୟକୁ ଗଲେ ଶ୍ରମିକ

ବୌଦ୍ଧ:ଲକଡାଉନ ସମୟରେ ଗତ ମାର୍ତ୍ତମାସ ୩୦ ତାରିଖରୁ ପ୍ରାୟ ୪୩ଦିନ ଧରି ବୌଦ୍ଧରେ ଫସିରହିଥିବା ୩୧ଜଣ ପ୍ରବାସୀ ଶ୍ରମିକ ଆଜି ମଧ୍ୟପ୍ରଦେଶ ଯାତ୍ରା କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ କାମ କରୁଥିବା ୩୧ଜଣ ଶ୍ରମିକ ଲକଡାଉନ ଘୋଷଣା ପରେ ଚାଲିଚାଲି ନିଜ ରାଜ୍ୟ ମଧ୍ୟପ୍ରଦେଶକୁ ଫେରୁଥିବା ବେଳେ ବୌଦ୍ଧ ଜିଲ୍ଲା ପ୍ରଶାସନ ତାଙ୍କୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିକଟରୁ ଉଦ୍ଧାରକରି ବୌଦ୍ଧ ଏନଏସିର ରାତ୍ରୀ ଆଶ୍ରୟସ୍ଥଳୀ ଠାରେ ରଖିଥିଲା । ବୌଦ୍ଧ ଏନଏସି ତରଫରୁ ତାଙ୍କୁ ଦୁଇଓଳି ରନ୍ଧାଖାଦ୍ୟ ଦିଆଯାଇ ରଖାଯାଇଥିଲା ।


ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ବସ୍ ଯୋଗେ ନିଜଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସେମାନେ ୪୩ଦିନ ପରେ ନିଜ ଗାଁକୁ ଫେରୁଥିବାରୁ ଉତ୍ସାହିତ ଜଣାପଡୁଥିଲେ ।

Comments (0)
Add Comment