ବାଘଛାଲ ସହ ହରିଣ ଶିଙ୍ଗ ଜବତ, ତିନି ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଞ୍ଜ ବନବିଭାଗକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ତିନି ଅଭିଯୁକ୍ତ । ଗତ ରବିବାର ଦିନ ୩:୩୫ ମିନଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ଏସିଏଫ ମଳୟ ରଞ୍ଜନ କାଲୋ ଓ ରେଞ୍ଜ ଅଧିକାରୀ ଶିବାନନ୍ଦ ଲେଙ୍କା ଓ ତାଙ୍କ ଦଳ ସହ ଗୁଡାରୀ ଏୟାର ଷ୍ଟ୍ରିପ ନିକଟରୁ ଚିତା ବାଘ ଚମଡା ସହ,ଏକ ଯୋଡା ହରିଣ ଶିଙ୍ଗ, ଗୋଟିଏ ଦେଶୀ ବନ୍ଧୁକ, ଗନ ପାଉଡର ୧୦୦ ଗ୍ରାମ ଓ ଦୁଇଟି ବାଇକ, ତିନିଟା ମୋବାଇଲ କାସୀ ପ୍ଳାଙ୍କ ୧୨ଟି ,ପିଆଶାଳ ୧୨ଟି ଜବତ କରିଛି । ଏ ସମ୍ପର୍କରେ ବନବିଭାଗ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ପ୍ରଭାତ ମଲ୍ଲିକ ତ୍ରିନାଥ କହଁର ଓ ସଞ୍ଜୟ ମଲିକ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି । ତଦନ୍ତକାରୀ ଅଧିକାରୀ ତଥା ଏସିଏଫ ଶ୍ରୀମତୀ ଶ୍ୱେତାଲୀନା ସାହୁ ଫରେଷ୍ଟର ସରୋଜ କୁମାର ମିଶ୍ର ପ୍ରମୁଖ ଯୋଜନାବୋଧ ପ୍ରକାରେ ଅତର୍କିତ ଭାବେ ଗୁଦାରି ନିକଟରେ ଚଢ଼ାଉ କରି ବାଘ ଚମଡା ଓ ବନ୍ଧୁକ ଆଦି ଜବତ କରିଥିଲେ । ବନବିଭାଗ ଏ ନେଇ ୭୧/୨୦୨୪ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକୁ ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରକାଶ ଥାଉ କି ଏହା ପୂର୍ବରୁ ଗତ ଜୁଲାଇ କୋଡିଏରେ ଟିକାବାଲି ଅଂଚଳରୁ ବନ କର୍ମଚାରୀ ମାନେ ବାଘ ଛାଲ, ବନ୍ଧୁକ ସହ ୬ ଜଣକୁ ଗିରଫ କରିଥିଲେ । ଡିଏଫଓ ପ୍ରଶାନ୍ତ କୁମାର ପଟେଲଓ ରେଞ୍ଜର ଶିବାନନ୍ଦ ଲେଙ୍କାଙ୍କ କାର୍ଯ୍ୟଦକ୍ଷତା, ସଚ୍ଚୋଟତା, ଆନ୍ତରିକ ସମସ୍ତେ ପ୍ରଶଂସା କରିଛନ୍ତି ।

Comments (0)
Add Comment