ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ୨୮କିମି ଚାଲିଲେ ବର ଓ ବରଯାତ୍ରୀ

ରାୟଗଡା: ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛଡ଼ା ଆନ୍ଦୋଳନ ଯୋଗୁଁ ୨୮ କିଲୋମିଟର ଚାଲି ଚାଲି ଫେରିଲେ ବର ସାଥେ ବରଯାତ୍ରୀ । ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପର୍ଥିଗୁଡ଼ା ଗାଁରୁ ବରଯାତ୍ରୀ ସହ ଚାଲି ଚାଲି ବରାତି ପାର୍ଟି ଯିବା ଭଳି ଏକା ଘଟଣା ସାମ୍ନାକୁ ଆସିଛି । ଯାହା କି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଡ୍ରାଇଭର ମାନଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନରେ ବନ୍ଦର ପ୍ରଭାବ ପଡିଥିବାରୁ ଏଭଳି ଘଟଣା ବୋଲି ଅଞ୍ଚଳ ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ । ସୁନାଖଣ୍ଡି ପଂଚାୟତ ପାର୍ତିଗୁଦାରୁ ବରଯାତ୍ରୀ ମାନେ ସିଧା ରାସ୍ତା ଦୀର୍ଘ ଚଉଦ କିଲୋମିଟର ଯିବା ପରିବର୍ତ୍ତେ ଗାଡି ସୁବିଧା ନ ହେବାରୁ ଦୀର୍ଘ ୨୮କିଲୋମିଟର ବୁଲି କନ୍ୟା ଘର ଡିବାଲୁପାଡୁ ଗାଁରେ ବିଳମ୍ବିତ ରାତିରେ ବରଯାତ୍ରୀ ପହଞ୍ଚିବା ପରେ ବାହାଘର ହୋଇଥିବା ଜଣାପଡିଛି । ଗତକାଲି ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଥିବାରୁ ବରଯାତ୍ରୀ ମାନେ ଚାଲି ଚାଲି ଯାଇଥିବା ବେଳେ ଆଜି ଆନ୍ଦୋଳନ ସ୍ଥଗିତ ହେଇଥିବାରୁ ଗାଡ଼ି ବ୍ୟବସ୍ତା କରାଯିବା ପରେ ବରଯାତ୍ରୀ ଫେରିଥିବା ଜଣାପଡିଛି ।

Comments (0)
Add Comment