ଭୋଳନାଥ ବିଦ୍ୟାପୀଠ ବନ୍ଧୁ ମିଳନ

ପୁରୀ:ଭୋଲାନାଥ ବିଦ୍ୟାପୀଠ ୧୯୮୮ବ୍ୟାଚ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସିଦ୍ଧ ମହାବୀର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ବିଦ୍ୟାଳୟ ର ୧୯୮୮ ମସିହା ବ୍ୟାଚର ଛାତ୍ର ଛାତ୍ରୀ ଯୋଗଦାନ କରି ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବାସହ ବିଦ୍ୟାଳୟ ଜୀବନର ସ୍ମୃତି ଓ ଅନୁଭୂତି ବାଖାଣି ଥିଲେ । ଧାରାବାହିକ ଭାବେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଗାମୀ ଦିନରେ କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା । ସତ୍ୟ ନାରାୟଣ ଦାସ, ବିକ୍ରମ ସାହୁ, ମମତା ପ୍ରଧାନ, ସରୋଜ ମହାପାତ୍ର, ରଞ୍ଜନ ମିଶ୍ର, ହର ପ୍ରସାଦ ମହାପାତ୍ର, ରମେଶ ଜେନା, ଗୁରୁ ପ୍ରସାଦ ଦ୍ଦଶ, ପ୍ରଦୀପ ପରିଡ଼ା,ଜାନକୀ ବଲ୍ଲଭ ମହାନ୍ତି, ବିକ୍ରମ ମିଶ୍ର, ସର୍ବେଶ୍ୱର ବିଶୋଇ, ବିଶ୍ୱନାଥ ବିଶୋଇ, ଇତିଶ୍ରୀ ମହାପାତ୍ର, ଅଞ୍ଜଳି ମିଶ୍ର, ଉମାକାନ୍ତ ନୟକ୍‌, ଶଙ୍କର ରାଉତ, ରବି ମହାନ୍ତି, ପ୍ରଶାନ୍ତ ଦାସ ପ୍ରମୁଖ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ଶେଷରେ ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Comments (0)
Add Comment