ପୁରୀ-ଆସନ୍ତାକାଲି ମହାପ୍ରଭୁଙ୍କର ପବିତ୍ର ବାହୁଡ଼ା ଯାତ୍ରା ଏବଂ ରବିବାର ସୁନାବେଶ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନେଇ ପୁରୀ ଆସି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ନୀତି ସହିତ ସମ୍ପୃକ୍ତ ସମସ୍ତ ସେବାୟତ ସମୟ ଅନୁଯାୟୀ ନୀତିକାନ୍ତି କରିବେ। ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପଦକ୍ଷେପ ନିଆଯାଉଛି। ଟାଉନଥାନା ଠାରେ କରାଯାଇଥିବା ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଯାଇ ଅନୁଧ୍ୟାନ କରିଛି। ଆଜି ସନ୍ଧ୍ୟା ଦର୍ଶନରେ ଶୃଙ୍ଖଳିତ ଭାବେ ଭକ୍ତଙ୍କ ଦର୍ଶନ କରିଛନ୍ତି । ଆସନ୍ତାକାଲି ବାହୁଡ଼ା ଯାତ୍ରା, ପରେ ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ନୀତିକାନ୍ତି ସୁଚାରୁରୂପେ ସମାପନ ନେଇ ସମସ୍ତ ପ୍ରୟାସ ଚାଲିଛି। ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ଠାକୁରଙ୍କ ଦର୍ଶନ ଭଲ ଭାବେ ଭକ୍ତ କରୁଛନ୍ତି। ତେବେ ସନ୍ଧ୍ୟାଦର୍ଶନ ଅବଧି ବଢାଗଲେ ନୀତି ବିଳମ୍ବ ହେବ। ଆସନ୍ତାକାଲି ମହାପ୍ରଭୁ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ନ ପହଞ୍ଚିଲେ ସୁନାବେଶ ନୀତି ବିଳମ୍ବ ହେବ। ରଥଯାତ୍ରା ଦିନ ରଥ ଟଣା ସମୟରେ ବିଳମ୍ବ ହୋଇଥିଲା। ରଥ ବାରମ୍ବାର ମୋଡ ଖାଇବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ମହାପ୍ରଭୁଙ୍କ ଦିଗ, ଗତି ସେ ନିଜେ ହିଁ ନିର୍ଦ୍ଧାରଣ କରନ୍ତି। ରଥଯାତ୍ରା ଓ ନୀତିକାନ୍ତି ନେଇ ରାଜନୀତି କରୁଥିବା ଲୋକଙ୍କୁ ଉତ୍ତର ଦେବା ପାଇଁ ମୁଁ ଉତ୍ତରଦାୟୀ ନୁହେଁ। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବ। AI କ୍ୟାମେରା ଲାଗିଛି। କମାଣ୍ଡ କଣ୍ଟ୍ରୋଲ ରୁମ୍ ରୁ ଅନୁଧ୍ୟାନ କରାଯାଉଛି। ଚଳିତ ଥର ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଟ୍ରାଫିକ ଓ ଗହଳି ନିୟନ୍ତ୍ରଣ ପାଇଁ ଏହା ବେଶ୍ ସହାୟକ ହେଉଛି। ଆଡପ ମଣ୍ଡପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢୁଛି। ମନୁଷ୍ୟକୃତ ଭୁଲ୍ ଯୋଗୁ ଗୁଣ୍ଡିଚା ମନ୍ଦିର ଠାରେ ଅଘଟଣ ଘଟିଥିଲା। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।