ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନନିବାସକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭେଟିଥିଲେ। ଆଉ ଏହି କ୍ରମରେ ତାଙ୍କୁ ଭେଟିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ନବୀନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଓଡ଼ିଶାର ରାଜ୍ୟପାଳ। ଏହି ସମୟରେ ସେ ସାଙ୍ଗରେ ନେଇଥିବା ଫଳ ବି ଭେଟି ଦେଇଛନ୍ତି ନବୀନଙ୍କୁ। ପ୍ରାୟ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରି  ରାଜ୍ୟପାଳ ନବୀନ ନିବାସରୁ ବାହାରିଥିଲେ।

Comments (0)
Add Comment