ବଲାଙ୍ଗୀର :ଆନ୍ତଃରାଜ୍ୟ ବୋଲେରୋ ଚୋର ରାକେଟକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ । ବିଭିନ୍ନ ସ୍ଥାନରୁ ୨୨ଟି ବୋଲେରୋ ଉଦ୍ଧାର କରାଯାଇଛି । ଯାର ବଜାର ମୂଲ୍ୟ ପ୍ରାୟ ୨କୋଟି ହେବ । ଗ୍ୟାଙ୍ଗର ୧୨ଜଣଙ୍କୁ ପୋଲିସ ଧରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ପି ନୀତିନ କୁଶଲକର ଡଗଡୁ,ଏସ୍ ଡିପିଓ ବଲାଙ୍ଗୀର ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବାରମ୍ବାର ବଲେରୋ ଚୋରି ଘଟଣା ନଜରକୁ ଆସିବାରୁ ଏକ ଉଚ୍ଚସ୍ତରୀୟ ଟିମ୍ ବର୍ଷେ ପ୍ରାୟ ହେବ ତଦନ୍ତ କରୁଥିଲେ । ଡକ୍ ସ୍କ୍ୱାଡ, ସାଇଣ୍ଟିଫିକ ଟିମ୍, ସିସିଟିଭି ଫୁଟେଜ୍ ଓ ବିଭିନ୍ନ ଥାନା ସହାୟତା ନିଆଯାଇଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ଓ ଅନ୍ୟ କିଛି ସହଯୋଗୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଥିଲେ ।