କଟକ : ବିବାହ ପୂର୍ବରୁ ଝିଅର ସ୍ଵୀକୃତି ନେବା ଜରୁରୀ। ଜୋର୍ ଜବରଦସ୍ତି ଝିଅର ବିବାହ କରେଇ ପାରିବେ ନାହିଁ ଅଭିଭାବକ କିମ୍ବା ଅନ୍ୟ ସମ୍ପର୍କୀୟ ବୋଲି ଓଡିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି। ଝିଅକୁ ବିବାହ କରାଇବା ପୂର୍ବରୁ ଝିଅର ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ ଅଟେ। କନ୍ୟାକୁ ବିବାହ ପାଇଁ ବାଧ୍ୟ କରିବା ସୁସ୍ଥ ସମାଜ ପାଇଁ ଅନୁକୂଳ ନୁହେଁ। ପ୍ରାପ୍ତ ବୟସ୍କ କନ୍ୟାର ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ଏକ ହେବିୟସ କର୍ପସ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ।