ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ଜାଣନ୍ତୁ କ’ଣ ?

ଭୁବନେଶ୍ବର: ମାଗଣାରେ କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ସୁଯୋଗ ମିଳିବ। ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଏହି ସୁବିଧା ମିଳିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କେଜିରୁ ପିଜି ଯାଏଁ ପାଠ ପଢ଼ିବାକୁ ଆଉ କୌଣସି ଦେୟଦେବାକୁ ପଡ଼ିବନି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାଥରକେ ତିନି ମାସର ଭତ୍ତା ମିଳିବ ବୋଲି ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି, ପୂର୍ବ ସରକାର ଚାଷୀଙ୍କୁ ଭୁଲିଯାଇଥିଲେ। ହେଲେ ଆମ ସରକାର ଆସିବା ପରେ ଚାଷୀ କହୁଛନ୍ତି, ଚାଷ ଅଛି ଯାହାର, କି ଆନନ୍ଦ ତାହାର। ଡବଲ ଇଞ୍ଜିନ୍ ସରକାର ରାଜ୍ୟର ଡବଲି ବିକାଶ କରିଛନ୍ତି। ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳୀର ଉନ୍ନତି କରାଯାଇଛି। ଓଡ଼ିଆ ଭାଷାରେ ସରକାରୀ କାମ କରାଯାଉଛି। ଆମ ସରକାର ଲୋକାଭିମୁଖୀ ସରକାର।

Comments (0)
Add Comment