ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍‌ ରିଜିଅନ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍‌ ରିଜିଅନ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସଭା ଭବନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଦିଗରେ ନୀତି ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍’ (BCPPER) ଯୋଜନା ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୀତି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ସେହି କ୍ରମରେ ​ଆଜି ଲୋକ ସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ରୋଡ଼ମ୍ୟାପ୍‌ର ଶୁଭାରମ୍ଭ କରାଯାଉଛି।

Comments (0)
Add Comment