ପ୍ରକାଶ ପାଇଲା ଉପଶାସ୍ତ୍ରୀ ବାର୍ଷିକ ପରୀକ୍ଷା ଫଳ

ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମପଞ୍ଚାୟତମଧ୍ୟରେ ଥିବା ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷର ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସୂଚନା ମୁତାବକ ସମୁଦାୟ ୩୯ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ୩୨ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପ୍ରଥମ ସ୍ଥାନରେ ୨୧, ଦ୍ୱିତୀୟ ସ୍ଥାନରେ ୧୦, ଫେଲ ୪ଜଣ ହୋଇ ଅଛନ୍ତି । ବହୁ ଦୂର ଦୁରାନ୍ତରରୁ ଛାତ୍ର ଛାତ୍ରୀ ଏଠି ନାମ ଲେଖାଇ ଥାନ୍ତି ଯଥା ଚାରିଛକ, ଫୁଲବାଣୀ, ବ୍ରହ୍ମଣୀପଦ, ବାଣିଗୋଚ୍ଛା, ଦାରିଙ୍ଗବାଡି, ଭଞ୍ଜନଗର, ତଳଗାଁ, ଚକାପାଦ, ଗଣିଆ ଅଂଚଳରୁ ଛାତ୍ର ଛାତ୍ରୀ ନାମ ଲେଖାଇଥାନ୍ତି । ବିଦ୍ୟାଳୟ ପରିସରରେ ଥିବା ବାଳକ ଓ ବାଳିକା ହଷ୍ଟେଲରେ ରହି ପାଠ ପଢ଼ନ୍ତି । ଅଧ୍ୟାପକ ଅଧ୍ୟାପିକା ଓ କଲେଜ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାରେ ବହୁଛତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହେଉଅଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ସନ୍ତୋଷୀ ନାୟକ ୫୧୯ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି ।

Comments (0)
Add Comment